ରାଜ୍ୟରେ ଆସନ୍ତା ୨୬ ତାରିଖ ଯାଏ ଜାରି ରହିବ ବର୍ଷା,

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଆସନ୍ତା ୨୬ ତାରିଖ ଯାଏ ବର୍ଷା ଜାରି ରହିବ । ଉତ୍ତର ପଞ୍ଜାବରୁ ହରିଆୟା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଟ୍ରାପ ଲାଇନ୍‌ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାରେ ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟାରେ ଖୋର୍ଦ୍ଧା ସମେତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

କାଲି ସକାଳ ଯାଏ ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଆଉ ଏକ ତଥ୍ୟ ଅନୁଯାୟୀ ଜୁନରେ ସ୍ୱାଭାବିକଠାରୁ ୨% ଅଧିକ ବର୍ଷା ହୋଇଛି | ଜୁନରେ ୧୩୯.୫ ମି.ମି. ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି | ବିଶେଷ କରି ରାଜ୍ୟର ୮ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ଼ ଯାଜପୁର, ଭଦ୍ରକ, କନ୍ଧମାଳ, କେନ୍ଦୁଝର ଗୁଡିକରେ ନିଅଣ୍ଟିଆ ବର୍ଷା ହୋଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.