ଭାରତ ଫେରିଲେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାବାଲା, ମିଳିବ Y କାଟାଗୋରୀ ସୁରକ୍ଷା

ଭାରତ ଫେରିଲେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଆଦର ପୁନାବାଲା। କିଛିଦିନ ତଳେ ସେ ଲଣ୍ଡନ ଯାଇଥିବା ବେଳେ ଆଜି ନିଜ ପ୍ରାଇଭେଟ୍‌ ପ୍ଲେନ୍‌ରେ ପୁଣେ ଏୟାରପୋର୍ଟରେ ଲ୍ୟାଣ୍ଡ କରିଛନ୍ତି। ଲଗାତାର ଧମକ ମିଳିବାରୁ ଭାରତ ଛାଡ଼ି ଲଣ୍ଡନ୍‌ ଚାଲିଯାଇଥିଲେ ପୁନାବାଲା। ପରେ ତାଙ୍କୁ ଓ୍ଵାଇ କାଟାଗୋରୀ ସୁରକ୍ଷା ଦେବାକୁ ଘୋଷଣା କରାଯାଇଥିଲା।


ନିକଟରେ ପୁନାବାଲା ଟ୍ଵିଟ୍‌ କରି ଲେଖିଥିଲେ ଯେ ବ୍ରିଟେନ୍‌ରେ ସମସ୍ତ ସେୟାରଧାରକ ଓ ପାର୍ଟନରଙ୍କ ସହ ଭଲ ମିଟିଂ ଥିଲା। ଏଥିସହ ପୁନେରେ କେଭିସିଲ୍ଡର ଉତ୍ପାଦନ୍‌ ଖୁବ୍‌ ଜୋରସୋରରେ ଚାଲୁଛି ବୋଲି ସେ କହିଥିଲେ। କିଛି ଦିନ ଭିତରେ ଫେରିଲେ ପୁଣି କାମର ସମୀକ୍ଷା କରିବି।

ତେବେ ଆଜି ପୁନାବାଲା ଭାରତ ଫେରିବା ପରେ ଟିକା ଉତ୍ପାଦନ ଆହୁରି ତ୍ୱରାନ୍ଵିତ ହେବ ବୋଲି ଆଶା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.