Below header

୨୦୧୯ ନିର୍ବାଚନରେ ବିଧାନସଭାରୁ ପ୍ରାର୍ଥୀ ହେବେ କି କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ?

ଭୁବନେଶ୍ବର(କେନ୍ଯୁଜ୍) : ୨୦୧୯ ନିର୍ବାଚନରେ ବିଧାନସଭାରୁ ପ୍ରାର୍ଥୀ ହେବେ କି ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ? ଏନେଇ ଚର୍ଚ୍ଚା ଜୋର ଧରିଛି । ଯଦି ସେ ବିଧାନସଭାରୁ ପ୍ରାର୍ଥୀ ହୁଅନ୍ତି, ତେବେ କେଉଁ ଆସନରୁ ଟିକେଟ୍‌ ମିଳିବ? କେଉଁ ନିର୍ବାଚନମଣ୍ଡଳୀରୁ ରଞ୍ଜୀବ ଲଢ଼ିବେ ସେନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ରାଜ୍ୟ କଂଗ୍ରେସ ପକ୍ଷରୁ ୪୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯାଇଥିବା କୁହାଯାଉଛି । ପ୍ରଦେଶ ନିର୍ବାଚନ କମିଟି ବା ପିଇସି ବୈଠକରେ ଆଲୋଚନା ପରେ ତାଲିକା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି । ଏହାପରେ ରଞ୍ଜୀବ ବିଶ୍ୱାଳଙ୍କ ନାଁକୁ ନେଇ ଜୋର ଧରିଛି ଚର୍ଚ୍ଚା । ରଞ୍ଜୀବ ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି । ପୂର୍ବରୁ ଦୁଇ ଥର ସାଂସଦ ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.