ଯେଉଁ ବ୍ୟକ୍ତି ୧୦୦ ବର୍ଷ ବଂଚିବାକୁ ଚାହୁଁଥିଲା ଏବଂ ନିଜ ଇଛା ପାଇଁ ସମ୍ପୂର୍ଣ୍ଣ ଆଶ୍ବସ୍ତ ମଧ୍ୟ ଥିଲା । ମାତ୍ର ୭୮ ବସନ୍ତ ପରେ ତାର ସାହସ ଭାଙ୍ଗିଗଲା । ବାପୁ ଆଉ ବଂଚିବାକୁ ଚାହୁଁନଥିଲେ । ନିଜ ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ୧ ଅକ୍ଟୋବର ୧୯୪୭ରେ ବାପୁ ସଂଧ୍ୟା ସମୟ ପ୍ରର୍ଥନାରେ କହିଥିଲେ – ଭଗବାନ୍ ମତେ ନିଜ ପାଖକୁ ନେଇ ଯା । ନିଜ ପ୍ରିୟ ଦେଶକୁ ସବୁଦିନ ନଷ୍ଟ ହେବାର ଦେଖିପାରିବିନି । ସବୁକିଛି ଶେଷ ହୋଇଯାଉ ତା ପୂର୍ବରୁ ତାଙ୍କ ଆଖି ଏସବୁ ଦେଖିବା ବନ୍ଦ କରିଦେଉ ।
୨ ଅକ୍ଟୋବର ୧୯୪୭ ଆସିବାର କିଛି ଘଂଟା ପୂର୍ବରୁ ହିଁ ଗାନ୍ଧୀ ଆତ୍ମ ଶୁଦ୍ଧି ପାଇଁ ୨୪ ଘଣ୍ଟିଆ ବ୍ରତ ଆରମ୍ଭ କରିଦେଇଥିଲେ । ସ୍ବାଧୀନ ଭାରତରେ ନିଜ ପ୍ରଥମ ଜନ୍ମଦିନ ପାଳନ କରିବା ପାଇଁ ସବୁଦିନ ପରି ଗାନ୍ଧୀ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତି । ନିତ୍ୟକର୍ମ ସାରି ଚରଖା ଚଲାନ୍ତି । ଏହାପରେ ଗୀତାର ଶ୍ଳୋକ ପଢି ଧ୍ୟାନରେ ଲୀନ ହୋଇଯାଆନ୍ତି ବାପୁ ।
ଧ୍ୟାନ କରିବା ସମୟରେ ବୋଧେ ସେ ୭୮ ବର୍ଷ ପୂର୍ବର ଦିନ ବିଷୟରେ ଭାବୁଥିଲେ ଯେତେବେଳେ ସେ ପୋରବନ୍ଦରରେ ଜନ୍ମ ହୋଇଥିଲେ । ସେ ନିଜ ମା’ ପୁତଳୀବାଇଙ୍କ ପ୍ରସବ ପୀଡାକୁ ମଧ୍ୟ ମନେ ପକାଉଥିଲେ । ନିଶ୍ଚିତ ଭାବରେ ତାଙ୍କ ମନରେ ୧୮୭୬ର ସେହି ଦିନର କଥା ଆସୁଥିବା ଯେଉଁଦିନ ପ୍ରଥମ ଥର ପାଇଁ ରାଜା ହରିଶ୍ଚନ୍ଦ୍ରଙ୍କ ଉପରେ ଆଧାରିତ ନାଟକ ଦେଖି ସେ ଖୁବ୍ ପ୍ରଭାବିତ ହୋଇଥିଲେ । ସେହି ଦିନ ମୋହନଦାସଙ୍କ ମନରେ ଏହି ଚିନ୍ତା ଆସିଥିଲା ଯେ ହରିଶ୍ଚନ୍ଦ୍ରଙ୍କ ପରି ସମସ୍ତେ କାହିଁକି ସତ୍ୟର ପୂଜାରୀ ହୋଇପାରିବନି ? କସ୍ତୁର ବାଙ୍କ ସହ ବିବାହଠୁ ଆରମ୍ଭ କରି ଇଂଲଣ୍ଡ ଯାଇ ପାଠ ପଢିବା ପର୍ୟ୍ୟନ୍ତ ଜୀବନର ସବୁ ମହତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ମନେ ପକାଉଥିଲେ ମହାତ୍ମା ।
ନିଜ ମନରୁ ପରସ୍ପର ପ୍ରତି ଘୃଣା ରଖନ୍ତୁ ନାହିଁ :
ହଁ ଦକ୍ଷିଣ ଆଫ୍ରିକାରେ ଟ୍ରେନରେ ନିଜ ସହ ହୋଇଥିବା ଦୁର୍ବ୍ୟବହାରକୁ ସେ କେମିତି ଭଲା ଭୁଲି ପାରିବେ । ୧୯୧୫ରେ ଭାରତ ଫେରିବା ପରେ ନିଜର ପ୍ରତ୍ୟେକ ସଂଘର୍ଷକୁ ସେ ମନେ ପକାଉଥିଲେ । ବାପୁଙ୍କ ସ୍ବାସ୍ଥ୍ୟ ଭଲ ନାହିଁ । ସେ କିଛି କିଛି କ୍ଷଣରେ କାସୁଥିଲେ । ତେବେ ଏହା ତାଙ୍କର ପ୍ରଥମ ଜନ୍ମଦିନ ନଥିଲା ଯେତେବେଳେ ତାଙ୍କ ସ୍ବାସ୍ଥ୍ୟ ଭଲ ନଥିଲା ।
ନିଜର ୭୫ ତମ ଜନ୍ମଦିନରେ ବାପୁଙ୍କ ସ୍ବାସ୍ଥ୍ୟ ଏପରି ବିଗିଡି ଯାଇଥିଲା ଯେ ତାଙ୍କ ପୁଅଙ୍କୁ ଟେଲିଗ୍ରାମ୍ କରି ଜଣାଇଦିଆଗଲା ଯେ ଯେତେ ଶ୍ରୀଘ୍ର ବାପାଙ୍କ ନିକଟକୁ ଆସିବା ଉଚିତ୍ । କିନ୍ତୁ ବାପୁ ମରିବାକୁ ଚାହୁଁନଥିଲେ । ସେତେବେଳେ ଇଶ୍ବରଙ୍କ ନିକଟରେ ତାଙ୍କ ପ୍ରାର୍ଥନା ଏବଂ ଇଛା କିଛି ଅଲଗା ଥିଲା । କିନ୍ତୁ ଆଜି ବିଲକୁଲ୍ ଅଲଗା । ଦିନ ବଢିବା ସହ ଅନେକ ଲୋକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବାକୁ ଆସୁଥିଲେ । ଏବଂ ଗାନ୍ଧୀଙ୍କୁ ସ୍ବାଧୀନ ଭାରତର ରାଷ୍ଟ୍ରପିତା କହି ସମ୍ବୋଧନ କରୁଥିଲେ ।
ଗଭର୍ଣ୍ଣର ଜେନେରାଲ୍ ମାଉଣ୍ଟବେଟେନ୍ ନିଜ ପତ୍ନୀଙ୍କ ସହ ଆସିଥିଲେ । ଦେଶର ଉପପ୍ରଧାନମନ୍ତ୍ରୀ ସରଦାର ପଟେଲ୍ ମଧ୍ୟ ସେହି ଲୋକଙ୍କ ମଧ୍ୟରେ ସାମିଲ୍ ଥିଲେ ଯେଉଁମାନେ ସର୍ବପ୍ରଥମେ ଶୁଭକାମନା ଦେବା ପାଇଁ ସକାଳେ ବାପୁଙ୍କ ନିକଟରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ନେହରୁ, ଶିଳ୍ପପତି ଜିଡି ବିରଲା, ରାଜକୁମାରୀ ଅମୃତ କୌର, ମୁସଲମାନ୍ – ଶିଖ୍ ସମ୍ପ୍ରଦାୟର ଶୀର୍ଷ ନେତା ଏବଂ କ୍ୟାବିନେଟର ଅନ୍ୟ ସଦସ୍ୟ ବାପୁଙ୍କୁ ଘେରି ରହିଥିଲେ । ସମସ୍ତେ ବାପୁଙ୍କ ଲମ୍ବା ଜୀବନ ପାଇଁ ପ୍ରାର୍ଥନା କରୁଥିଲେ । କିନ୍ତୁ ବାପୁ ସମସ୍ତଙ୍କ ଶୁଭ କାମନାରେ ଫିକା ପ୍ରତିକ୍ରିୟା ଦେଉଥିଲେ ।
ସଂଧ୍ୟା ପ୍ରାର୍ଥନା ସମୟରେ ବାପୁ ନିଜ ଅନୁଗାମୀମାନଙ୍କୁ ସମ୍ବୋଧିତ କରି କହିଲେ, ମୁଁ ଯେବେଠାରୁ ଭାରତ ଫେରିଛି ସେବେଠାରୁ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ୟ ବନାଇବା ନିଜ କାମ ବୋଲି ଭାବିଛି । କିନ୍ତୁ ଆଜି ସମସ୍ତେ ପରସ୍ପରର ଶତ୍ରୁ ପାଲଟିଯାଇଛନ୍ତି । ମୋର ସମସ୍ତ ଚେଷ୍ଟା ବେକାର ହୋଇଯାଇଛି । ମତେ ଲାଗୁନି ମୋର ଆଉ ବଂଚିବାର କିଛି କାରଣ ରହିଛି ।
ମୁଁ ୧୦୦ ବର୍ଷ ବଂଚିବା ସ୍ବପ୍ନ ଛାଡି ଦେଇଛି । ମୁଁ ଆଜିଠୁ ୭୯ ବର୍ଷରେ ପଦାର୍ପଣ କରୁଛି ଆଉ ଏହା ମତେ ବହୁତ କଷ୍ଟ ଦେଉଛି । ଯଦି ଆପଣମାନେ ସତରେ ମୋର ଜନ୍ମଦିନ ପାଳନ କରିବାକୁ ଚାହୁଁଛନ୍ତି ତେବେ ଆପଣମାନେ ନିଜ ମନରୁ ପରସ୍ପର ପ୍ରତି ଥିବା ଘୃଣା ଦୂର କରି ଦିଅନ୍ତୁ । ମୁଁ ଆପଣମାନଙ୍କଠାରୁ ବାସ୍ ଏତିକି ଚାହୁଁଛି । ଈଶ୍ବର ଆମ ସାଥିରେ ଅଛନ୍ତି ।