କୁଚିଣ୍ଡାରେ ଦେଖିବାକୁ ମିଳିଛି ବିରଳ ଛତୁ, ଓଜନ ୮ରୁ ୧୦ କେଜି

କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଙ୍କେ ପଂଚାୟତ ଖଲିଆମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ବିରାଟକାୟ ଛତୁ । ଏହି ବିରଳ ପ୍ରଜାତିର ଛତୁ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଛତୁର ଓଜନ ଆଠ ରୁ ଦଶ କେଜି ହେବ ।

କୁଚିଣ୍ଡା(କେନ୍ୟୁଜ୍‌) : ପ୍ରକୃତି ବି ବଡ ଅଜବ । କାହାକୁ କେମିତି କେଉଁ ଉପାୟରେ ଗଢ଼ିଛି ତାହା ତ କେବଳ ତାକୁ ହିଁ ଜଣା । ପ୍ରତିଟି ବୃକ୍ଷଲତା, ଜୀବଜନ୍ତୁ ଆଦିଙ୍କର ନିର୍ଦ୍ଦିଷ୍ଟ ରଙ୍ଗ, ନିର୍ଦ୍ଦିଷ୍ଟ ଆକାର ହେବା ପଛରେ ଏକ ବିଶେଷ କାରଣ ବି ରହିଥାଏ । ତେବେ ଆମେ କେଉଁଠି ନା କେଉଁଠି କିଛି ଅଜବ ଗଛଲତା ଦେଖିବାକୁ ପାଇଥାନ୍ତି । ଯାହାକୁ ଦେଖିଲେ ଆମେ ହଠାତ୍ ନିଜ ଆଖିକୁ ବିଶ୍ୱାସ କରିପାରିନଥାନ୍ତି । ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଙ୍କେ ପଂଚାୟତ ଖଲିଆମୁଣ୍ଡା ଗ୍ରାମରେ ।

ଆଜ୍ଞା ଛତୁ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି । ବିଶେଷ କରି ବର୍ଷାର ଆରମ୍ଭରେ ଛତୁ ଫୁଟିଥାଏ । ବଜାରରେ ପାଳଠୁ ଆରମ୍ଭ କରି ବଟମ, ଧିଙ୍ଗିଡ଼ି ଛତୁର ବେଶ ଚାହିଦା ରହିଛି । ଏହାସହ ଆହୁରି ଅନେକ ପ୍ରକାରର ବିଭିନ୍ନ ଛତୁ ରହିଛି । ତେବେ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଙ୍କେ ପଂଚାୟତ ଖଲିଆମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ବିରାଟକାୟ ଛତୁ । ଏହି ବିରଳ ପ୍ରଜାତିର ଛତୁ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ।

mushroom

ଛତୁର ଓଜନ ଆଠ ରୁ ଦଶ କେଜି ହେବ ବୋଲି କୁହାଯାଉଛି । ତେବେ ପୂର୍ବରୁ କେବେ ଏତିକି ବଡ ଓଜନର ଛତୁ ଦେଖିବାକୁ ମିଳିନଥିଲା । ସୂଚନା ଅନୁସାରେ ଖଳିଆମୁଣ୍ଡା ଗାଁର ଲୁରି କିଶାନ ଜଙ୍ଗଲକୁ ଜଙ୍ଗଲୀ ଛତୁ ଖୋଜିବାକୁ ଯାଇଥିବାବେଳେ ତାଙ୍କ ନଜର ପଡିଥିଲା ବାରି ପଛପଟେ ଥିବା ଖଜୁରୀ ଗଛ ତଳେ । ହଠାତ୍ ଦେଖିବାକୁ ପାଇଥିଲେ ଏହି ବିରାଟକାୟ ଛତୁକୁ । ଏହି ଛତୁଟିର ନାଁ ଜଣାପଡିନଥିବାବେଳେ ଏହା ଏକ ବିରଳ ପ୍ରଜାତିର ଛତୁ ବୋଲି କୁହାଯାଉଛି ।

ତେବେ ଛତୁଟି ଦେଖିବାକୁ ପାଖାପାଖି ପାଳଛତୁ ପରି ଦେଖାଯାଉଛି । ତେବେ ଏହି ଛତୁକୁ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଛି । ଏପଟେ ସ୍ଥାନୀୟ ଲୋକଙ୍କ କହିବା କଥା ସେମାନେ ତାଙ୍କ ଜୀବନ କାଳରେ ଏତେବଡ଼ ଛତୁ କେବେ ଦେଖି ନଥିଲେ । ତେବେ ଏହି ଛତୁକୁ ଖାଇବା ଉଚିତ କି ନାହିଁ ? ଯଦି ଖାଇବା ଉପଯୁକ୍ତ ଏହାର ଚାଷ କିପରି କରାଯିବ? ଏଭଳି ଅନେକ ପ୍ରଶ୍ନ ଏବେ ଗ୍ରାମବାସୀଙ୍କ ମନରେ ଉଙ୍କି ମାରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.