ଚଳିତବର୍ଷ କେବଳ ପୁରୀରେ ହେବ ରଥଯାତ୍ରା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପୁରୀ: ଚଳିତବର୍ଷ କେବଳ ପୁରୀରେ ହେବ ରଥଯାତ୍ରା। ପୁରୀରେ ରଥଯାତ୍ରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ନେଇ ରୁଜୁ ହୋଇଥିବା ଏକାଧିକ ମାମଲାକୁ ଅଗ୍ରାହ୍ୟ କରି ଦେଇଛନ୍ତି ହାଇକୋର୍ଟ । କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର ପୂଜକଙ୍କ ସମେତ ବରଗଡ଼ ଜିଲ୍ଲାର ଭଟଲୀ ସମେତ ବିଭିନ୍ନ ସ୍ଥାନରୁ ପାଞ୍ଚଟି ପିଟିସନ ଦାୟର ହୋଇଥିଲା ।

ଏ ସମସ୍ତ ମାମଲା ଆଜି ଏକାଠି ଶୁଣାଣି ପାଇଁ ଲିଷ୍ଟିଙ୍ଗ ହୋଇଥିଲା । କିନ୍ତୁ ଏଭଳି ପିଟିସନ ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କେବଳ ପୁରୀରେ ହିଁ ରଥଯାତ୍ରା ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.