ଆଜି ଠାରୁ ରଥନିର୍ମାଣ ପାଇଁ ହେବ କାଠ ଅନୁକୂଳ

ପୁରୀ (କେନ୍ୟୁଜ୍) : ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଆସନ୍ତା ରଥଯାତ୍ରା ପାଇଁ ରଥକାଠ ପୂଜା ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ରଥଖଳାରେ ୩ଟି ରଥକାଠ ରଖାଯାଇ ରଥକାଠ ସଂଗ୍ରହର ଶୁଭ ଅନୁକୂଳ କରାଯିବ । ଏଥିପାଇଁ ଗତ ୪ ତାରିଖରେ ନୟାଗଡ଼ ବନଖଣ୍ଡରୁ ୫୭ ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ପହଞ୍ଚିଛି । ଚଳିତବର୍ଷ ମୋଟ୍ ୬୭୦ ଖଣ୍ଡ କାଠ ସଂଗ୍ରହ କରାଯିବାକୁ ଥିବା ବେଳେ ଆଜିଠାରୁ ଅବଶିଷ୍ଟ କାଠ ସଂଗ୍ରହ କରାଯିବ । ରଥକୋଡ ଅନୁଯାୟୀ ୭୬୫ ଖଣ୍ଡ କାଠ ଦରକାର ଥିବା ବେଳେ ଗତବର୍ଷ ୯୫୩୭ ଖଣ୍ଡ କାଠ ବଳକା ରହିଛି । ଆଜି ରଥକାଠ ସଂଗ୍ରହର ଶୁଭ ଅନୁକୂଳ ପରେ ଆସନ୍ତା ଅକ୍ଷୟ ତୃତୀୟାରୁ ରଥ ନିର୍ମାଣର ଶୁଭ ଅନୁକୂଳ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.