ସାମ୍ନାକୁ ଆସିଲା ଭୋକର ପ୍ରକୃତ ଚିତ୍ର : ନାଇଟ୍ କର୍ଫୁରେ ଖାଦ୍ଯ ନପାଇ ଅଳିଆ ଗଦାରୁ ଅଇଁଠା ଖାଉଛନ୍ତି ଜଣେ ମାନସିକ ବିକୃତ ବ୍ୟକ୍ତି

ବାଲେଶ୍ଵର: କୋଭିଡ ପାଇଁ ଆମେ ସମସ୍ତେ ଚିନ୍ତିତ । ୟାରି ଭିତରେ ଆମେ ସାମ୍ନା କରୁଛେ ଲକ୍ ଡାଉନ୍ ଓ ସଟ ଡାଉନ୍ କୁ । କୋଭିଡର ଦ୍ଵିତୀୟ ଲହରୀ ଜାରି ରହିଛି । କୋଭିଡ ପାଇଁ ରାଜ୍ୟ ସରକାର ପୁଣି କଟକଣା ଆରମ୍ଭ କରିଥିବା ବେଳେ ସାରା ରାଜ୍ୟର ସମସ୍ତ ସହରକୁ ରତି ୯ ଟା ରୁ ସକାଳୁ ୫ ଟା ଯାଏଁ କର୍ଫ୍ୟୁ ଜାରି କରିଛନ୍ତି । ହେଲେ ୟା ଭିତରେ ଭୋକର ଏକ ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି ।

ଦୃଶ୍ୟଟି ବାଲେଶ୍ଵରର। ଯେତେବେଳେ ପୋଲିସ ପ୍ରସ୍ତୁତ ହେଉଥାଏ କର୍ଫ୍ୟୁ ପାଇଁ ସେହି ସମୟରେ ଆଉ ଦୋକାନ ବଜାର ବନ୍ଦ କରି ବ୍ୟବସାୟୀ ଓ ସାଧାରଣ ଲୋକ ମାନେ ନିଜ ନିଜ ଘରକୁ ଫେରିଥାନ୍ତି । କିନ୍ତୁ ସେତେବେଳେ ସହରରେ ବୁଲୁଥିବା ଜଣେ ମାନସିକ ବିକୃତଙ୍କ ପାଇଁ ଏ କର୍ଫ୍ୟୁ କିଛି ବି ଫରକ ପକାଇନଥିଲା । ଅଳିଆ ଗଦା ଭିତରୁ  ମାନସିକ ବିକୃତ ବ୍ୟକ୍ତି ଜଣଙ୍କ ଖାଦ୍ୟ ସଂଗ୍ରହ କରିବାରେ ଲାଗି ପଡ଼ିଥିଲେ । ପ୍ରକ୍ରୁତରେ ଭୋକ କାହାକୁ କୁହାଯାଏ ତାହା ସ୍ପଷ୍ଟ ବାରି ହୋଇପଡୁଥିଲା ।

ସୂଚନା ଥାଉକି, ମାନସିକ ବିକୃତ ବ୍ୟକ୍ତିଟିକୁ କେଉଁ ହୋଟେଲ୍ ଅବା ଠେଲା ବାଲା ଖାଇବାକୁ ଗଣ୍ଡେ ଦେଇ ଦିୟନ୍ତା । କିନ୍ତୁ ସବୁଦିନ ପରି ସେଭଳି ପରିସ୍ଥିତି ନାହିଁ । ଯାହାଫଳରେ ବ୍ୟକ୍ତି ଜଣଙ୍କୁ ଅଳିଆ ଗଦା ଭିତରୁ ନିଜ ଭୋକ ପାଇଁ କିଛି ଖାଦ୍ୟ ଅନ୍ୱେଷଣ କରିବାକୁ ପଡୁଛି । ଏ ଦୃଶ୍ୟ ବୟାନ କରୁଛି ଯେ ସହରରେ ବୁଲୁଥିବା ଏହି ବ୍ୟକ୍ତି ମାନେ ହୁଏତ ନଜର ଆଢ଼ୁଆଳରେ ରହିପରାନ୍ତି କିନ୍ତୁ ପ୍ରତିଟି ଦୟାରେ ଏମାନଙ୍କ ପେଟ ପୁରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.