ପ୍ରଭୁ ଶ୍ରୀରାମଙ୍କୁୁ କାହିଁକି ମର୍ଯ୍ୟାଦା ପୁରୁଷ କୁହାଯାଏ, ଜାଣନ୍ତୁ

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁଙ୍କର ୭ମ ଅବତାର। ଯିଏ ତ୍ରେତୟା ଯୁଗରେ ରାବଣର ସଂହାର କରିବା ପାଇଁ ମାନବ ରୂପରେ ଧରାବତରଣ କରିଥିଲେ। କୌଶଲ୍ୟା ନନ୍ଦନ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କୁ ସମାନ ଭାବେ ପ୍ରେମ କରୁଥିଲେ। ପ୍ରଭୁ ରାମଚନ୍ଦ୍ର ମାତା କୈକେୟୀଙ୍କ ୧୪ ବର୍ଷ ବନବାସକୁ ସ୍ୱଇଚ୍ଛାରେ ସ୍ୱୀକାର କରିଥିଲେ। ପିତାଙ୍କ ଆଜ୍ଞାକୁ ମଧ୍ୟ ପାଳନ କରିଥିଲେ।
‘ ରଘୁକୁଲ ରୀତ୍‌ ସଦା ଚଲି ଆଇ
ପ୍ରାଣ ଯାୟ ପର ବଚନ ନ ଯାୟ’
ପ୍ରଭୁ ରାମଚନ୍ଦ୍ର କର୍ତ୍ତବ୍ୟଚ୍ୟୁତ ନହୋଇ ସବୁକିଛିକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। ଭଗବାନ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷ ବୋଲି ସମ୍ବୋଧନ କରାଯାଏ। କାରଣ ସେ କେବେ ବି ନିଜ ମର୍ଯ୍ୟାଦାକୁ ଉଲ୍ଲଂଘନ କରିନାହାନ୍ତି। ସେ ଜଣେ ଆଦର୍ଶ ପୁତ୍ର, ଶିଷ୍ୟ, ଭାଇ, ସ୍ୱାମୀ ଓ ପ୍ରଜାବତ୍ସଳ ରାଜା ଥିଲେ । ତାଙ୍କ ରାଜ୍ୟରେ ସମସ୍ତ ପ୍ରଜା ସୁଖ-ସମୃଦ୍ଧିରେ ପରିପୂର୍ଣ୍ଣ ଥିଲେ।

o9o9
pc: pinterest

ଭଗବାନ ଶ୍ରୀରାମଙ୍କ ଜନ୍ମ ତିଥିରେ ମଧ୍ୟ ଲୁଚି ରହିଛି ଅନେକ ରହସ୍ୟ। ଅଙ୍କଶାସ୍ତ୍ର ଅନୁଯାୟୀ ୯ ଅଙ୍କ ସବୁଠୁ ଶୁଭ ଅଙ୍କ। ଆପଣ ୯ ଅଙ୍କରେ ଅନ୍ୟ ଯେକୌଣସି ଅଙ୍କକୁ ଗୁଣନ କରିଲେ ତାହେଲେ ଆପଣ ସେହି ଗୁଣାଙ୍କକୁ ଯୋଡି ମଧ୍ୟ ୯ ଅଙ୍କ ପାଇବେ।

ରାମ ଉତ୍ତମ ଗୁଣର ଅଧିକାରୀ ଥିଲେ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ନିଜ ଜୀବନର ଆଦର୍ଶ ମାନିଥାନ୍ତି। ଭବସାଗରରୁ ପାରି ହେବା ପାଇଁ ତାଙ୍କ ଶରଣକୁ ଯାଇଥାନ୍ତି। ସେ ଚାହିଁଥିଲେ ଗୋଟିଏ ତୀରରେ ସମସ୍ତ ସାଗର ଶୁଖାଇ ଦେଇଥାନ୍ତେ। କିନ୍ତୁ ଲୋକ କଲ୍ୟାଣକୁ ସର୍ବଶ୍ରେଷ୍ଠରେ ରଖି ବିନୟ ଭାବ ପ୍ରଦର୍ଶନ କରି ପ୍ରଜାଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କଲେ। ବର୍ତ୍ତମାନ ଯୁଗରେ ଭଗବାନ ଶ୍ରୀରାମଙ୍କ ଆଦର୍ଶକୁ ଜୀବନରେ ଆପଣାଇ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.