ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା : ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା, ୮ଟି ଜିଲ୍ଲାକୁ ଆଲର୍ଟ ଜାରି

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ େଓ୍ଵଲ୍ ମାର୍କ ଲୋ ପ୍ରେସରର ରୂପ ନେଇଛି। ୨୪ ଘଣ୍ଟା ଭିତରେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ତୁହାକୁ ତୁହା ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ଅବସ୍ଥା।

ତୁହାକୁ ତୁହା ବର୍ଷା। ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷୁଛି। ସାରା ରାଜ୍ୟକୁ ଭିଜାଇଛି ଲଘୁଚାପ ବର୍ଷା। ଗତକାଲିଠାରୁ ଲାଗି ରହିଛି। ପାଣିପାଗ ବିଭାଗ କହିଛି, ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହେଉଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ। ୮ଟି ଜିଲ୍ଲା ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳକୁ ଜାରି ହୋଇଛି ରେଡ୍ ଆଲର୍ଟ। ୩ତାରିଖ ପରେ ବର୍ଷା ପରିମାଣ କମିବ।

ନିଶ୍ଚିତ ପଢ଼ନ୍ତୁ:ଓଡ଼ିଶାରେ ଜୁନ୍‌ ମାସରେ ସ୍ୱାଭାବିକଠାରୁ ୩୧.୫ ପ୍ରତିଶତ କମ୍ ବର୍ଷା

ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥା। ଇଏ ହେଉଛି ଭଦ୍ରକ ଧାମରା ଥାନାର ହାଲ୍ । ବାହାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଥାନା ଭିତରେ ଭାସୁଛି ଆସବାବପତ୍ର। ରାଜ୍ୟର ବିଭିନ୍ନ ତଳି ଅଞ୍ଚଳରେ ପାଣି ଜମିଛି। ଜନଜୀବନ ବି ଅସ୍ତବ୍ୟସ୍ତ।

ଗତ ୨୪ ଘଣ୍ଟା ଭିତରେ ନବରଙ୍ଗପୁର ରାଇଘରରେ ସର୍ବାଧିକ ୭୦ ମିଲିମିଟର, ମାଲକାନଗିରି ଜିଲ୍ଲାର କାଲିମେଳାରେ ୬୩, ଫୁଲବାଣୀରେ ୫୫ ଦଶମିକ ୬, ଗଞ୍ଜାମର ଆସ୍କାରେ ୫୨ ଦଶମିକ ୨ ଓ ଖୋର୍ଦ୍ଧାର ବାଲିଅନ୍ତାରେ ୫୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ଲାଗିରହିଥିବା ବର୍ଷାରେ ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.