ଏଥର ପୋଷା କୁକୁର ବେକରେ ଝୁଲିବ ମାଲିକଙ୍କ ନାଁ, ଲାଗିବ ମାଇକ୍ରୋ ଚିପ୍‌

ଭୁବନେଶ୍ୱର(କେନ୍ୟୁଜ୍):ପୋଷା କୁକୁର ବେକରେ ଝୁଲିବ ମାଲିକଙ୍କ ନାଁ। ଲାଗିବ ମାଇକ୍ରୋ ଚିପ୍‌। ଯଦି କୁକର କାହାକୁ ଆକ୍ରମଣ କରେ ତେବେ ମାଲିକ ତଣ୍ଡ ଗଣିବେ। ଆବଶ୍ୟକ ପଡିଲେ ପଞ୍ଜୀକରଣ ବାତିଲ କରାଯିବ। କୁକୁର ରଖିବା ପୂର୍ବରୁ BMCରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଞ୍ଜୀକରଣ ପାଇଁ ଅନଲାଇନ୍‌ରେ ଆବେଦନ କରିବାକୁ ପଡିବ। ଏଥିପାଇଁ ମାଲିକଙ୍କୁ ୫୦୦ଟଙ୍କା ଦେବାକୁ ପଡିବ। ଏହାପରେ BMC ପକ୍ଷରୁ ଏକ ଟ୍ୟାଗ୍‌ ମିଳିବ। ଏଥିରେ ମାଲିକଙ୍କ ନାଁ ସହିତ ସଂପୂର୍ଣ୍ଣ ତଥ୍ୟ ରହିବ। ଜଣେ ମାଲିକ ସର୍ବାଧିକ ୨ଟି କୁକୁର ରଖି ପାରିବେ। ଯଦି ମାଲିକ କୁକୁରକୁ ବାହାରକୁ ବୁଲାଇ ନେବେ ତେବେ ଚେନ୍‌ରେ ବାନ୍ଧିବା ବାଧ୍ୟତାମୂଳକ ।

ସେହିପରି ପାର୍କ, ରେଷ୍ଟୁରାଣ୍ଟ, ଜିମ୍‌ ଓ ମଲ୍‌କୁ କୁକୁର ନେବା ଉପରେ ବାରଣ କରିବାକୁ ପ୍ରସ୍ତାବ ରହିଛି। କୁକୁରର ଭ୍ୟାକସିନ୍‌ ବାଧ୍ୟତାମୂଳକ କରାଯାଇଛି। ସେହିପରି ଯଦି କୌଣସି ପୌଷା କୁକୁରର ମୃତ୍ୟୁ ହୁଏ ତେବେ ତାକୁ ବାହାରେ ପକାଇ ପାରିବେନି। ବିଏମ୍‌ସି ପକ୍ଷରୁ ମୃତ କୁକୁର ପାଇଁ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯିବ। ବିଏମ୍‌ସି ପରିସରରେ ଅନୁଷ୍ଠିତ ବୈଠକରେ ଏହି ଡ୍ରାଫ୍ଟ SOP ଉପରେ ଆଲୋଚନା ହୋଇଛି।

ସ୍ୱତନ୍ତ୍ର କର୍ପୋରେସନ୍‌ ବୈଠକରେ ଏହି ବାଇ ଲ ଅନୁମୋଦନ ଉପରେ ଏହା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ ସରିଥିବାବେଳେ ଏବେ ପଶୁପ୍ରେମୀଙ୍କ ଠାରୁ ମତାମତ ଲୋଡାଯାଇଛି। ପ୍ରସ୍ତାବ ଦେବାକୁ ୧୦ ଦିନ ସମୟ ଦିଆଯାଇଛି। ସେହିପରି କୁକୁର ବେକରେ ଚିପ୍‌ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.