ଚାନ୍ଦବାଲି: ରିଲିଫ ଚାଉଳ ଅଖାକୁ ୧୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାର ଅଭିଯୋଗ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ରିଲିଫ ବିବାଦ ପିଛା ଛାଡୁନି । ସରକାରଙ୍କ ତରଫରୁ ବନ୍ୟା ବିପନ୍ନଙ୍କୁ ବଂଟା ଯାଉଥିବା ରିଲିଫ ଚାଉଳ ପାଇବାରୁ ଅନେକ ପରିବାର ବଂଚିତ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ଏବେ ପୁଣି ରିଲିଫ ଚାଉଳ ଅଖା ପାଇଁ ୧୦ଟଙ୍କା ନେଉଥିବାର ଆରଡି ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିଛି। ଆରଡି ପଂଚାୟତର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ବନ୍ୟା ବିପନ୍ନଙ୍କ ନିକଟରୁ ଅଖା ବାବଦକୁ ୧୦ ଟଙ୍କା ହିସାବରେ ଚାଉଳ ନେଉ ଥିବାର ଅଭିଯୋଗ ଆସିଛି । ଅଭିଯୋଗ ପରେ ଆଜି ଚାନ୍ଦବାଲି ବ୍ଲକ ସାମାଜିକ ମଙ୍ଗଳ ଉନ୍ନୟନ ଅଧିକାରୀ ତଦନ୍ତ କରିଛନ୍ତି ।

ତେବେ ତଦନ୍ତ ସମୟରେ ରିଲିଫ ଚାଉଳ ନେଇଥିବା କିଛି ଲୋକ ଅଖା ବାବଦକୁ ୧୦ଟଙ୍କା ଦେଇଥିବାର କହିଥିଲେ । ତାହାସହ ଚାଉଳ କିଛି ଲୋକଙ୍କୁ ଓଜନ କରି ଦିଆଯାଇଥିବା ବେଲେ କିଛି ଲୋକଙ୍କୁ ଓଜନ ନକରି ଦିଆଯାଇଥିବା ହାତ ଗଣତି କିଛି ଲୋକ ଅଭିଯୋଗ କରିଥିଲେ । ତେବେ ତଦନ୍ତ କରିବାକୁ ଆସିଥିବା ତଦନ୍ତକାରୀ ଅଫିସର ସରକାରୀ ନିୟମ ଅନୁସାରେ ଚାଉଳ ନେଇ ଅଖା ଫେରାଇବେ ବୋଲି କହିଥିଲେ। କିନ୍ତୁ କିଛି ଲୋକ ଅଖା ଫେରାଇଥିବା ବେଳେ କିଛି ଲୋକ ଅଖା ଫେରାଇନଥିବାରୁ ଅଖା ବାବଦକୁ ୧୦ଟଙ୍କା ଦେଇଥିଲେ ବୋଲି ଖବର ମିଳିଛି। ଅନ୍ୟପକ୍ଷରେ ସରକାରଙ୍କ ରିଲିଫ ପାଇିଁ କେହି ଟଙ୍କା ଦେଇନଥିବାର ଜଣାପଡିଛି । ଏ ବାବଦରେ ସବୁ ଲୋକ ଠିକଭାବେ ରିଲିଫ ପାଇଛନ୍ତି ଆରଡି ପଂଚାୟତର ସରପଞ୍ଚ କହିଛନ୍ତି । ତେବେ ଅଖା ବାବଦକୁ ନିଆଯାଇଥିବା ଟଙ୍କା ଲୋକଙ୍କୁ ଫେରାଯାଇ ତାଙ୍କଠାରୁ ଅଖା ନିଆଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.