ବାପା ମଜୁରିଆ କିନ୍ତୁ ଝିଅ ଖାତାରେ ୯ କୋଟି ୯୯ ଲକ୍ଷ ଟଙ୍କା, ଜାଣନ୍ତୁ କଣ ରହିଛି ପୂରା ମାମଲା

ମଣିଷ ନିକଟରେ ଭଗବାନ କେତେବେଳେ ଯେ କେଉଁ ଚମତ୍କାର କରନ୍ତି ତାହା କେହି କଳ୍ପନା କରିପାରିବେ। ବାଲିଆ ଜିଲ୍ଲାର ବାଁସଡିହ କ୍ଷେତ୍ରର ରୁକୁନାପୁର ଗାଁରେ ରହୁଥିବା ଜଣେ କିଶୋରୀଙ୍କ ବ୍ୟାଙ୍କ ଖାତାରେ ହଠାତ୍ ଦଶ କୋଟି ଟଙ୍କା ଆସିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କିଶୋରୀ ଜଣକ ତାଙ୍କ ମା ସହିତ ବ୍ୟାଙ୍କକୁ ଯାଇ ଏହାର ସ୍ପଷ୍ଟିକରଣ କରିଥିଲେ ଓ ପରେ ବ୍ୟାଙ୍କ ତରଫରୁ ଏହି ଖାତାର ଆଦାନ ପ୍ରଦାନରେ ରୋକ ଲଗାଇଥିଲେ ।

ରୁକୁନାପୁର ଗ୍ରାମରେ ରହୁଥିବା ସୁବେଦାର ସାହନିଙ୍କ ଝିଅ ସରୋଜ ସାହାନିଙ୍କର ଆହ୍ଲାବାଦ ବ୍ୟାଙ୍କର ବାଁସଡିହ ଶାଖାରେ ଖାତା ଖୋଲା ହୋଇଛି । ନିଜ ଖାତାରେ ଆଦାନ ପ୍ରଦାନରେ ରୋକ ଲଗାଯାଇଥିବାରୁ  ସରୋଜ ବ୍ୟାଙ୍କ ପହଞ୍ଚିଥିଲେ ଓ ସେଠାରେ ବ୍ୟାଙ୍କ କର୍ମିଙ୍କ ଠାରୁ ନିଜ ଖାତା ବାବଦରେ ସମସ୍ତ ସୂଚନା ନେଲେ ।

ବ୍ୟାଙ୍କ କର୍ମଚାରୀମାନେ ସରୋଜଙ୍କ ଖାତାରେ ଥିବା ୯୯ ଲକ୍ଷ ଟଙ୍କା ବିଷୟରେ ସୂଚନା ଦେଇଥିଲେ ଏବଂ ବ୍ୟାଙ୍କ ତାଙ୍କ ଖାତାର ଆଦାନ ପ୍ରଦାନ କରିବା ଉପରେ ରୋକ ଲଗାଇଥିବା ମଧ୍ୟ ସେ କହିଥିଲେ। ଏହା ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ମଧ୍ୟ ସରୋଜଙ୍କୁ ବ୍ୟାଙ୍କ କର୍ମୀଙ୍କ ଠାରୁ ଶୁଣିବାକୁ ମିଳିଥିଲା । ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ବ୍ୟାଙ୍କ ଖାତାରୁ ଅନେକ ଥର ଟଙ୍କାର ଆଦାନ ପ୍ରଦାନ ହୋଇଛି ।ଏହା ଶୁଣିବା ମାତ୍ରେ ସରୋଜ ତୁରନ୍ତ କୋତବାଲି ପୋଲିସ ଷ୍ଟେସନ ପହଞ୍ଚି ଏହି ବାବଦରେ ପୋଲିସ ନିକଟରେ ଏତଲା ଦେଇଥିଲେ ଓ ମାମଲାର ତଦନ୍ତ କରିବାକୁ ତାଙ୍କୁ ଅନୁରୋଧ କରିଥିଲେ । ଅଭିଯୋଗରେ ସରୋଜ ସୂଚନା ଦେଇଥିଲେ ଯେ ଦୁଇ ବର୍ଷ ପୂର୍ବେ ୨୦୧୮ରେ ଆହ୍ଲାବାଦ ବ୍ୟାଙ୍କରେ ସେ ଖାତା ଖୋଲିଥିଲେ । ତେବେ ଦୁଇ ବର୍ଷ ପୂର୍ବେ ପୋଷ୍ଟ ବିଧିର ଅଞ୍ଚଳର ନିଲେଶ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କୁ ପିଏମ ଆବାସ ଯୋଗାଇବା କହି ତାଙ୍କୁ ଠାରୁ ଫୋନ ମାଧ୍ୟମରେ ଆଧାର କାର୍ଡ ଏବଂ ଫଟୋ ଉପଲବ୍ଧ କରିବାକୁ କହିଥିଲେ ।

money

ସରୋଜ ନିଜ ଆଧାର କାର୍ଡର ଫଟୋ କପି ଏବଂ ଅନ୍ୟ କାଗଜପତ୍ର ବ୍ୟକ୍ତି ଜଣକ କହିଥିବା ଠିକଣାକୁ ପଠାଇଥିଲେ । ଏହାର କିଛି ଦିନ ପରେ ସରୋଜଙ୍କୁ ତାଙ୍କ ଏଟିଏମ କାର୍ଡ ଡାକ ମାଧ୍ୟମରେ ପ୍ରାପ୍ତ ହୋଇଥିଲା । ଏହାପରେ ନିଲେଶ ତାଙ୍କୁ ତାଙ୍କ ଏଟିଏମ କାଡ ଓ ପ୍ୟାନ କାର୍ଡ ମଧ୍ୟ ମାଗିଥିଲେ ଓ  ସରୋଜ ପୁଣିଥରେ ତାଙ୍କୁ ସେହି ଠିକଣାରେ ପଠାଇ ଦେଇଥିଲେ ।ତେବେ ତାଙ୍କ ଆକାଉଣ୍ଟକୁ ଏତେ ଟଙ୍କା କିପରି ଆସିଲା ତାହା ବାବଦରେ ସରୋଜ କିଛି ଜାଣିନାହାନ୍ତି ବୋଲି ପୋଲିସକୁ କହିଥିଲେ। ନିଲେଶଙ୍କ ସହିତ କଥାବାର୍ତ୍ତା ହେଉଥିବା ମୋବାଇଲ ନମ୍ବର ମଧ୍ୟ ସୁଇଚଅଫ ରହିଛି । ତେବେ ପୋଲିସ ଏହି ମାମଲାର ଅଧିକ ତଦନ୍ତ କରୁଛି ଏବଂ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ ବୋଲି ବାଂସଡିହ କୋତବାଲିର ନୀରିକ୍ଷକ ରାଜେଶ କୁମାର ସିଂହ କହିଛନ୍ତି ।

ଆହ୍ଲାବାଦ ବ୍ୟାଙ୍କର ବାଂସଡିହ ଶାଖାର ପ୍ରବନ୍ଧକ ସରୋଜ କୁମାର ସିଂହଙ୍କ କହିବା ଅନୁସାରେ ୨-୮-୨୦୧୮ ରେ ସରୋଜ ସାହାନିଙ୍କ ବ୍ୟାଙ୍କ ଖାତା ଖୋଲା ଯାଇଥିଲା ।  ଏହି ଖାତାରେ ୧୦ କିମ୍ବା ୨୦ ହଜାର ଟଙ୍କା ବାରମ୍ବାର ଜମା କରାଯାଉଥିଲା ଓ ଉଠା ଯାଉଥିଲା । ୨-୮-୨୦୧୮ ଏବଂ ୨୨-୦୧-୨୦୨୦ ମଧ୍ୟରେ ଖାତାରେ ୧,୭୫,୯୧୨୦ ଟଙ୍କା ଜମା ହୋଇଥିଲା ଏବଂ ୧,୭୫,୩୮୫୭ ଟଙ୍କା ବାହାର ମଧ୍ୟ କରାଯାଇଥିଲା । ଏହା ଛଡା ଏହି ଖାତା ମାଧ୍ୟମରେ ଅନଲାଇନ ଭୁଲ ଟ୍ରାନଜାକ୍ସନ ହେଉଛି ବୋଲି ଖଲିଲାବାଦ ବ୍ରାଞ୍ଚ ନିକଟରୁ ସୂଚନା ମିଳିଛି । ଏହି ସୂଚନା ମିଳିବା ପରେ ୧୫-୦୨-୨୦୨୦ ରେ ଏହିଖାତା ଉପରେ ଆନୁମାନିକ ୧୦ କୋଟି ଟଙ୍କାର ରୋକ ଲଗାଯାଇଛି । ବର୍ତ୍ତମାନ ଏହି ଖାତାରେ ୫୨୬୩.୦୫ ଟଙ୍କା ରହିଥିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.