ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ଫନି, ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ରିଲିଫ୍‌ ସାମଗ୍ରୀ ପଠାଇବାକୁ ପ୍ରସ୍ତୁତି

ମାଡ଼ି ଆସୁଛି ସାମୁଦ୍ରିକ ଝଡ ‘ଫନି’ । ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ସଜାଗ ପ୍ରଶାସନ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତ ହେଉଛି ରିଲିଫ୍‌ ପୁଡ଼ିଆ । ମହଜୁଦ ରଖାଯାଇଛି ଚୁଡା, ଗୁଡ, ବିସ୍କୁଟ, ଦିଆସିଲି ସାଙ୍ଗକୁ ଲୁଣ ଓ ମହମବତୀ । ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଏସବୁ ସାମଗ୍ରୀ ପଠାଯିବ ।

ସେପଟେ ଫନି ପ୍ରଭାବରେ ବଜାର ଦର ବୃଦ୍ଧି ପାଇଛି । ପରିବା ବଜାର ଦର ଆକାଶ ଛୁଆଁ । ଗତ ତିନିଦିନ ତଳେ ଟମାଟୋ କିଲୋ ପିଛା ଦର ୨୦ରୁ ୨୫ଟଙ୍କା ଥିବା ବେଳେ ଆଜି ଏହା ୪୦ଟଙ୍କାରେ ପହଞ୍ଚିଛି । ବାଇଗଣ କିଲୋ ୪୦ଟଙ୍କା, ଗାଜର ୪୦, ଆଳୁ ୨୦, ପିଆଜ ୨୦ଟଙ୍କା ରହିଛି । ସେହିଭଳି କିଛି ପେଟ୍ରୋଲ ଟାଙ୍କିରେ ଭିଡ ଦେଖିବାକୁ ମିଳିଛି ।

ଆସନ୍ତାକାଲି ଫନି ଓଡ଼ିଶା ଛୁଉଁଥିବାରୁ ସକାଳେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.