ତଳିଆ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା, ସୁରକ୍ଷିତ ସ୍ଥାନରେ ପହଞ୍ଚି ଗଲେଣି ସାଢେ ଚାରି ଲକ୍ଷରୁ ଅଧିକ ଲୋକ

ସକାଳୁ ସକାଳୁ ଫନି ଆଲର୍ଟ । ବାତ୍ୟା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଥିଲା । ଫନିର ଲ୍ୟାଣ୍ଡ ଫଲ ସମୟରେ ବର୍ଷା ପବନ ସହ ଉପକୂଳରେ ଉଠିବ ବଡ଼ବଡ଼ ଜୁଆର । ପାଣି ମାଡି ଆସିବା ଆଶଙ୍କା ରହିଛି। ତେଣୁ ପ୍ରଭାବିତ ହେବାକୁ ଥିବା ତଳି ଅଂଚଳରୁ ସକାଳୁ ଆରମ୍ଭ ହୋଇଯାଇଥିଲା ସ୍ଥାନାନ୍ତର ପ୍ରକ୍ରିୟା। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲା। ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି।

ପୁରୀରେ ପର୍ଯ୍ୟଟକଙ୍କୁ ସହର ଛାଡିବାକୁ କରାଯାଉଥିଲା ନିବେଦନ। ସେମାନଙ୍କ ସ୍ୱତନ୍ତ୍ର ବସ୍‌ର ସହ ତିନିଟି ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ପୁରୀରୁ ପର‌୍ୟ୍ୟଟକଙ୍କୁ ପଠାଇ ଦିଆଯାଇଛି। ସେହିପରି ଜିଲ୍ଲାର ସମୁଦ୍ରକୂଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା ରହିଥିଲା। ଅପରାହ୍ନ ତିନିଟା ସୁଦ୍ଧା ୧୫ଟି ଜିଲ୍ଲାରେ ୩ ଲକ୍ଷ ୩୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୮୨ ହଜାର, ଭଦ୍ରକରେ ୨୪ ହଜାର ୬ଶହ, ଯାଜପୁରରେ ୨୯ ହଜାର ୫ଶହ, ପୁରୀରେ ୨୨ ହଜାର ୫ଶହ, ଜଗତସିଂହପୁରରେ ୨୦ ହଜାର ଲୋକଙ୍କୁ ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର କରାଯାଇଥିଲା।

ଅଧିକ ପ୍ରଭାବିତ ହେବାକୁ ଥିଲା ଜିଲ୍ଲାଗୁଡିକ ପାଇଁ ବରିଷ୍ଠ ଆଏଏସ ଓ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସବୁ କାର୍ଯ୍ୟରତ ତଦାରଖ କରୁଛନ୍ତି।

ସେପଟେ ବାତ୍ୟା ଫନି ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଏନଡିଆରଏଫ ଏବଂ ଓଡ୍ରାଫ ଟିମ । ରାଜ୍ୟରେ ୨୮ଟି ଏନଡିଆରଏଫ ଟିମ୍‌ ଥିବା ବେଳେ ୨୫ଟି ଟିମ୍‌ ମୁତୟନ ହୋଇସାରିଲେଣି । ସେହିପରି ୨୦ଟି ଓଡ୍ରାଫ ଟିମ୍‌ରୁ ୧୮ଟିକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ପ୍ରଭାବିତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ମେଡିକାଲ ଟିମରେ ଡାକ୍ତରଙ୍କ ସହ ଆମ୍ବୁଲାନସ ମଧ୍ୟ ରହିଛି। ଜିରୋ କାଜୁଆଲିଟି ସହ ତୁରନ୍ତ ସ୍ଥିତି ସ୍ୱାଭାବିକ କରିବାକୁ ଟିମ ପ୍ରସ୍ତୁତ ରହିଛି। ବିଭିନ୍ନ ଜିଲ୍ଲାରେ ମୂତୟନ ହୋଇଥିବା ଏନଡିଆରଏଫ ଟିମ ସହ ଯୋଗାଯୋଗ ପାଇଁ ବ୍ୟବସ୍ଥା କରାଯାଇଛି। ଦଳମାନଙ୍କ ସହ ସମନ୍ଵୟ ରକ୍ଷା ପାଇଁ ପୁରୀ ଓ ଭୁବନେଶ୍ୱରରେ ୨ଟି ହେଡକ୍ୱାଟର ଗଠନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.