ରଥଯାତ୍ରାରେ ଡ୍ରୋନ ମନା, ଟ୍ୱିଟ୍‌ କରି ପୁରୀ ପୋଲିସର ସୂଚନା

ପୁରୀରେ ରଥଯାତ୍ରା ବେଳେ ଡ୍ରୋନ ଉଡ଼ାଣ ଉପରେ ଲାଗିଲା କଟକଣା। ଏନେଇ ଟ୍ୱିଟ୍‌ କରି ସୂଚନା ଦେଲା ପୁରୀ ପୋଲିସ । ଟ୍ୱିଟ୍‌ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ଡ୍ରୋନ ଉଡ଼ାଣ ମନା।

ପୁରୀ (କେନ୍ୟୁଜ): ପୁରୀରେ ରଥଯାତ୍ରା ବେଳେ ଡ୍ରୋନ ଉଡ଼ାଣ ଉପରେ ଲାଗିଲା କଟକଣା। ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଡ୍ରୋନ କ୍ୟାମେରା ଉଡ଼ାଇବା ମନା । ଏନେଇ ଟ୍ୱିଟ୍‌ କରି ସୂଚନା ଦେଲା ପୁରୀ ପୋଲିସ । ଟ୍ୱିଟ୍‌ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ଡ୍ରୋନ ଉଡ଼ାଣ ମନା। ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ। ଭକ୍ତ ଓ ରଥଯାତ୍ରା ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କେବଳ ପୁରୀ ପୋଲିସ ପ୍ରଶାସନ ଟ୍ରାଫିକ,ଜନଗହଳି ନିୟନ୍ତ୍ରଣ ତଥା ଟ୍ରାଫିକ ସୁପରିଚାଳନା ପାଇଁ ଉଡ଼ିବ ଡ୍ରୋନ।

ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି। ରଥଯାତ୍ରା ବେଳେ ଫଟୋ ଓ ଭିଡିଓ ପାଇଁ ଏପରି କରାଯିବାର ନଜିର ଅଛି। ଯଦି କେହି ନିର୍ଦ୍ଦେଶ ଅମାନ୍ୟ କରନ୍ତି ଡ୍ରୋନ ରୁଲ୍‌ ଅନୁସାରେ ଦଣ୍ଡିତ ହେବେ ବୋଲି ଟ୍ୱିଟ୍‌ରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.