ଯାଜପୁର: ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଜିଲାପାଳ ଅଫିସ ଆଗରେ ଗଣଧାରଣା

ଯାଜପୁର ଟାଉନ(କେନ୍ୟୁଜ୍): ବିଭିନ୍ନ ସମସ୍ୟା ସମାଧାନ ଦାବି ରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳ ଅଫିସ ସମ୍ମୁଖରେ ଗଣଧାରଣା । ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଚିକିତ୍ସା ଭତା ଓ ଚିକିତ୍ସା ସୁବିଧା,ପେନସନ ବିଭାଗ ର ପୁନଃ ସ୍ଥାପନ, ନୂତମ ପେନସନ ନିର୍ଦ୍ଧାରଣ ଆଦି ଦାବି କରି ଧାରଣା ରେ ବସିଛନ୍ତି ଅବସରପ୍ରାପ୍ତ କର୍ମଚାରୀ । କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ଆଜି ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଜିଲାପାଳ ଅପିଂସ ସମ୍ମୁଖରେ ଧାରଣାରେ ଦେଇଛନ୍ତି ।

collector ofc

ପୂର୍ବରୁ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦ ରେ ରାଜ୍ୟ ସଂଘର ନିଷ୍ପତି କ୍ରମେ ୮୧ଟି ଶାଖାରେ ଧାରଣା ଦିଆଯାଇଛି । ସମସ୍ୟାର ସମାଧାନ ପାଇଁ ଯାଜପୁର ଶାଖା ପକ୍ଷରୁ ୪ଦଫା ଦାବି ବିଶିିଷ୍ଟ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ତିବ୍ରତର କରାଯିବାକୁ ଚେତାବନି ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.