Below header

ମାଟ୍ରିକ ଓ +୨ ପରୀକ୍ଷା ପରିଚାଳନାର ସମୀକ୍ଷା, ସାମାନ୍ୟ ତ୍ରୁଟିକୁ ବି କରାଯିବନି ବରଦାସ୍ତ

ପରୀକ୍ଷା ପରିଚାଳନାରେ ହେବ ଶୂନ୍ୟ ସହନଶୀଳତା । ମାଟ୍ରିକ ଓ ଯୁକ୍ତ ଦୁଇ ଦୁଇ ପରୀକ୍ଷା ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନପେ ଆୟୋଜିତ ଆଭାସୀ ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ସମୀକ୍ଷା କରିଛନ୍ତି । ପରୀକ୍ଷା ପରିଚାଳନାକୁ ସାମାନ୍ୟ ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ପରୀକ୍ଷା ପରିଚାଳନାରେ ହେବ ଶୂନ୍ୟ ସହନଶୀଳତା । ମାଟ୍ରିକ ଓ ଯୁକ୍ତ ଦୁଇ ଦୁଇ ପରୀକ୍ଷା ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନପେ ଆୟୋଜିତ ଆଭାସୀ ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ସମୀକ୍ଷା କରିଛନ୍ତି । ପରୀକ୍ଷା ପରିଚାଳନାକୁ ସାମାନ୍ୟ ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ । ଜିରୋ ଟଲେରାନ୍ସ ଭାବରେ ସର୍ବାଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରରେ କଡ଼ା ସୁରକ୍ଷାରେ ଯତ୍ନରେ ରଖିବାକୁ କୁହାଯାଇଛି । ପରୀକ୍ଷା ସେଣ୍ଟରରେ ନିୟୋଜିତ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସୁପରିଟେଣ୍ଡେଣ୍ଟମାନେ ପ୍ରଶ୍ନପତ୍ର ଗ୍ରହଣ କରିବେ । ପରୀକ୍ଷାଠାରୁ ମୂଲ୍ୟାୟନ ଯାଏ ସବୁ କାର୍ଯ୍ୟ ନିର୍ଭୁଲ ଭାବରେ ପରିଚାଳନା କରାଯିବ ।

ପରୀକ୍ଷା ଦାୟିତ୍ବରେ ଥିବା ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ପରାମର୍ଶ ଦିଆଯାଇଛି । ସିସିଟିଭି, ଲାଇଭ୍ ସିସିଟିଭି ଷ୍ଟ୍ରିମିଂ ସହ ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ, ପୋଲିସ ବାହିନୀ ମୁତୟନ, ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ସହ ପରୀକ୍ଷା ସୁପରିଚାଳନା କରାଯିବ । ଏସମସ୍ତ ବ୍ୟବସ୍ଥାର ତଦାରଖ ପାଁ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେଉଥିବା ବେଳେ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଏକଜାମ୍ । ଏଥର ୫ ଲକ୍ଷ ୬୨ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ଯୁକ୍ତ ଦୁଇ ପରୀକ୍ଷା ଦେବେ ୩ ଲକ୍ଷ ୬୮ ହଜାର ଛାତ୍ରଛାତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.