Below header

କନେଷ୍ଟବଳ, ହାବିଲଦାର ଓ ସିପାହୀଙ୍କ ପାଇଁ ଖୁସି ଖବର, ଘୋଷଣା ହେଲା ପ୍ରୋତ୍ସାହନ ରାଶି

ଭୁବନେଶ୍ବର (କେନ୍ୟୁଜ୍) : କନେଷ୍ଟବଳ, ହାବିଲଦାର ଓ ସିପାହୀଙ୍କ ପାଇଁ ଖୁସି ଖବର । ଘୋଷଣା ହେଲା ଅତିରିକ୍ତ କାମ ପାଇଁ ପ୍ରୋତ୍ସାହନ ରାଶି । ଅତିରିକ୍ତ ଡ୍ୟୁଟି ପାଇଁ ସେମାନେ ପାଇବେ ଗୋଟିଏ ମାସର ଦରମା । ଏଥିପାଇଁ ବାର୍ଷିକ ଅଧିକ ୨୫ ହଜାର ଟଙ୍କା ପାଇବେ । ସେହିପରି ଏ.ଏସଆଇ, ଏସଆଇ, ଇନିସପେକ୍ଟରଙ୍କ ବାଇକ ଓ ଡାଏଟ ଆଲାଉନସ୍ ବୃଦ୍ଧି ହୋଇଛି । ବାଇକ୍ ଭତ୍ତା ୧୦୫୦ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏଥିପାଇଁ ୭୦୦ ଟଙ୍କା ମିଳୁଥିଲା ।

ସେହିପରି ସ୍ୱତନ୍ତ୍ର ଖାଦ୍ୟ ଭତ୍ତା ୧୧୫୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ, ୧୩ମାସିଆ ଦରମାକୁ ୨୦ ହଜାର ପରିବର୍ତ୍ତେ ୪୦ହଜାର ଟଙ୍କାକୁ ବୃଦ୍ଧି କରିବା, ଆଲାଉନ୍ସ ବୃଦ୍ଧି ଓ ସମସ୍ତ ପୋଲିସ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟବୀମା ପ୍ରଦାନ ଦାବିରେ କନଷ୍ଟେବଳ, ହାବିଲଦାର ଓ ସିପାହୀ ମହାସଂଘ ଆନ୍ଦୋଳନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.