Below header

ଆର୍‌ଆଇ ଭିଡିଓ ଭାଇରଲ୍‌ ଘଟଣା, ଥାନାରେ ଏତଲା ଦେଇ ପୀଡ଼ିତା ମହିଳା କହିଲେ ମୋ ଜୀବନ ପ୍ରତି ବିଦ ଅଛି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ତହସିଲ ଗଦାଶିଳା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କେଳେଙ୍କାରୀ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଜଣେ ମହିଳା ଓ ଆର୍‌ଆଇଙ୍କ ଭିଡ଼ିଓ ଭାଇରାଲ ଘଟଣାରେ ଜିଲ୍ଲାପାଳ ରାଜସ୍ଵ ନିରୀକ୍ଷକ ରଂଜନ କୁମାର ପାଣିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଏହା ସହିତ ଗତକାଲି ଓଡ଼ାପଡ଼ା ତହସିଲଦାର ଭାଇରାଲ ଭିଡ଼ିଓକୁ ଭିତ୍ତି କରି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଅନ୍ୟପଟେ ଭାଇରାଲ ଭିଡିଓର ପୀଡିତା ମହିଳା ଜଣଙ୍କ ଆଜି ଟାଉନ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଏମିତିକି ଆରଆଇ ରଞ୍ଜନ କୁମାର ତାଙ୍କ ସ୍ଵାମୀ ଓ ପୁଅକୁ ମାରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଗତ ରାତିରେ ତାଙ୍କ ଘର ଉପରକୁ ଢେଲା ପଥର ମରାଯାଇଥିବା ସେ ନିଜ ଅଭିଯୋଗରେ ଜଣାଇଛନ୍ତି ।

ତେବେ ରଞ୍ଜନଙ୍କ ସହ ତାଙ୍କର ୧୩ ବର୍ଷ ଧରି ସମ୍ପର୍କ ଥିଲା ଏବଂ ରଞ୍ଜନ ତାଙ୍କୁ ଭୟଭୀତ କରି ବାରମ୍ଵାର ଗର୍ଭପାତ କରାଉଥିଲେ । ଏବେ ମଧ୍ୟ ସେ ୨ ମାସର ଗର୍ଭବତୀ ଅଛନ୍ତି ବୋଲି କହିଛନ୍ତି । ଆଜି ପୀଡ଼ିତା ଜଣଙ୍କ ଅଲିଭା ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଏସବୁ ଘଟଣା ଭିତରେ ଆହୁରି କିଛି ରହସ୍ୟ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଯାହାର ଉଚିତ ତଦନ୍ତ ହେଲେ ରହସ୍ୟ ଉପରୁ ପରଦା ଉଠି ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.