Below header

ଯଦି ଆଜି ପଣା ପିଇ ନାହାନ୍ତ ତାହେଲେ ଏବେ ପ୍ରସ୍ତୁତ କରି ପିଅନ୍ତୁ ବାଦାମ ସେକ୍‌

ଆଜି ପଣା ସଂକ୍ରାନ୍ତି। ଦିନରେ ତ ଆପଣ ପଣା କରି ପିଇଥିବେ ଯଦି ପିଇନାହାଁନ୍ତି ଆପଣ ସଂନ୍ଧ୍ୟାରେ ଥଣ୍ଡା ଥଣ୍ଡା ବାଦାମ୍ ସେକ୍ କରି ପିଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବାଦାମ୍ ସେକ ରେସିପି ନେଇ ଆସିଛୁ। ଯାହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨୦-୩୦ଟି ବାଦାମ (ରାତି ସାରା ଭିଜାଇ ରଖିଥିବା)
୩ କପ୍ କ୍ଷୀର
୩ ଟେବୁଲ ଚାମଚ କ୍ୟାଲୋରୀ ସ୍ୱିଟନର
୧/୪ ଚାମଚ ଅଳେଇଚ ପାଉଡର
ଦେଢ଼ ଚାମଚ କଷ୍ଟାର୍ଡ ପାଉଡର
ଏକ ଚିମୁଟାଏ କେସର
୧/୪ କପ୍ ଫ୍ରେସ କ୍ରୀମ୍‌

ପ୍ରସ୍ତୁତି ପ୍ରଣାଳୀ

  • ବାଦାମ ସେକ ବନାଇବା ପାଇଁ ସର୍ବପ୍ରଥମେ ଏକ ନନଷ୍ଟିକ ପ୍ୟାନରେ ୨ କପ୍ କ୍ଷୀର ଗରମ କରନ୍ତୁ। ସେଥିରେ ଲୋ କ୍ୟାଲୋରୀ ସ୍ୱିଟନର, ଅଳେଇଚ ପାଉଡୀ ଏବଂ କଷ୍ଟାର୍ଡ ପାଉଡର ପକାନ୍ତୁ। ଏହି ମିଶ୍ରଣକୁ ୧୦-୧୫ ମିନିଟ୍ ପାଇଁ ଧୀମା ଆଞ୍ଚରେ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଚଲାନ୍ତୁ।
  • ଏହାରି ଭିତରେ ଗ୍ରାଇଣ୍ଡରରେ ବାଦାମ ପକାଇ ବଳକା କ୍ଷୀରକୁ ପକାଇ ଏକ ପତଳା ପେଷ୍ଟ ତିଆରି କରନ୍ତୁ। ଏବେ ଏହି ପେଷ୍ଟକୁ ପ୍ରସ୍ତୁତ କରିଥିବା କ୍ଷୀର ମିଶ୍ରଣରେ ପକାଇ ମିକ୍ସ କରନ୍ତୁ।
  • ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଫୁଟାନ୍ତୁ। ଏବେ ଏଥିରେ କେସର ପକାନ୍ତୁ ଏବଂ ଗୋଟେଠ ମିନିଟ ପାଇଁ ପକାନ୍ତୁ। ଏଥିରେ ଫ୍ରେସ କ୍ରୀମ ମିଶାଇ ମିକ୍ସ କରନ୍ତୁ।
  • ପ୍ୟାନକୁ ଆଞ୍ଚରୁ ବାହାର କରନ୍ତୁ। ଏହାକୁ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଏବେ ଏହାକୁ ସର୍ଭିଙ୍ଗ ଗ୍ଲାସରେ ବାହାର କରି ଅଳେଇଚ ପାଉଡର ଏବଂ କେସରରେ ଗାର୍ନିସ କରି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.