ରିସ୍ତା ଅଟାକୁ ବଦନାମ କରାନଯାଉ, ମଞ୍ଚେଶ୍ୱରରେ ନୁହେଁ ବରୁଣେଇରେ ରହିଛି ଅଟା ପ୍ରସ୍ତୁତି କାରଖାନା : ରିସ୍ତା ଫୁଡ୍‌ସ ଏମ୍‌ଡି

ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇରେ ରହିଛି ରିସ୍ତା ଅଟା ପ୍ରସ୍ତୁତି କାରଖାନା। କଂପାନୀର ଅଟା ମଞ୍ଚେଶ୍ୱରରେ ପ୍ରସ୍ତୁତି ହେଉ ନାହିଁ। ତେଣୁ ରିସ୍ତା ଅଟାକଳକୁ ବଦନାମ କରାନଯାଉ ବୋଲି କହିଛନ୍ତି, ରିସ୍ତା ଫୁଡ୍‌ସର ଏମ୍‌ଡି ସୁବାସଚନ୍ଦ୍ର ଗୁପ୍ତା। କରୋନା ପଜିଟିଭ୍‌ ମଇଦା କଳରୁ ବାହାରିଛନ୍ତି। ତେଣୁ ସେ ରିସ୍ତା ଅଟାର ଗ୍ରାହକଙ୍କୁ ଅନୁରୋଧ କରିଛନ୍ତି, ରିସ୍ତା ଅଟା ବ୍ୟବହାର କରନ୍ତୁ। ଏଥିରେ କୌଣସି ଅସୁବିଧା ନାହିଁ।