ବିଜେପୁରରେ ବିଜେଡିର ହ୍ୟାଟ୍ରିକ ବିଜୟ, ବିପୁଳ ଭୋଟ ବ୍ୟବଧାନରେ ଜିତି ରେକର୍ଡ କରିଛନ୍ତି ରୀତା ସାହୁ

ବିଜେପୁର : ବିଜେପୁରରେ ବିଜେଡିର ହ୍ୟାଟ୍ରିକ ବିଜୟ। ଉପନିର୍ବାଚନରେ ବାଜି ମାରିଛି ବିଜେଡି। ବିପୁଳ ଭୋଟ ବ୍ୟବଧାନରେ ଜିତି ରେକର୍ଡ କରିଛନ୍ତି ବିଜେଡି ପ୍ରାର୍ଥିନୀ ରୀତା ସାହୁ। ୯୭ ହହାର ୯୯୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରୀତା ସାହୁ। ତାଙ୍କ ଖାତାରେ ପଡ଼ିଛି ମୋଟ୍ ୧ ଲକ୍ଷ ୩୫ ହଜାର ୯୫୭ ଭୋଟ୍‌। ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ। ତାଙ୍କ ୩୭ ହଜାର ୯୬୭ ଖଣ୍ଡ ଭୋଟ୍ ମିଳିଛି। ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସରେ ସବୁଠୁ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରୀତା ସାହୁ।

ପୂର୍ବରୁ ୨୦୦୦ ମସିହାରେ ବିଶ୍ୱଭୂଷଣ ହରିଚନ୍ଦନ ଭୁବନେଶ୍ୱରରୁ ୯୪ ହଜାର ୫୫୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ରୀତା ବିଶ୍ୱଭୂଷଣଙ୍କଠାରୁ ୩ ହଜାର ୪୪୫ ଖଣ୍ଡରୁ ଅଧିକ ଭୋଟ ପାଇଛନ୍ତି।  ୨୦୦୪ରୁ ୨୦୧୮ ପର୍ଯ୍ୟନ୍ତ ତିନିଥର ବିଜେପୁର ଆସନ କଂଗ୍ରେସ କବଜାରେ ଥିଲା। ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜୟୀ ହୋଇଥିଲେ ରୀତା ସାହୁ। ସେତେବେଳେ ୪୧ହଜାର ୯୩୩ ଭୋଟରେ ଜିତିଥିଲେ ରୀତା। ଗତ ସାଧାରଣ ନିର୍ବାଚନରେ ଏଠାରୁ ୫୭ହଜାର ୧୨୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ବିଜେପୁର ଆସନ ଛାଡ଼ିବା ପରେ ଉପନିର୍ବାଚନରେ ରୀତା ସାହୁଙ୍କୁ ଦଳ ଟିକେଟ ଦେଇଥିଲା।

Leave A Reply

Your email address will not be published.