ସଡକ ଦୁର୍ଘଟଣା: ବାଇକକୁ ପିଟିଲା କାର, ୩ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ବାଇକ କୁ ପିଟିଲା କାର । ଟାଙ୍ଗି ଥାନା ଅଧୀନସ୍ଥ କୁହୁଡି ପେଟ୍ରୋଲ ପମ୍ପରେ ବାଇକରେ ତେଲ ପକାଇ ୩ ଜଣ ଯୁବକ ବାଇକ୍ ରେ ନିଜ ଘର କାଇଥପଲ୍ଲାକୁ ଫେରୁଥିବା ବେଳେ ଜୟମଙ୍ଗଳପୁର ଚକ ନିକଟରେ ବାଇକ ସହ କାର ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଫଳରେ ରାସ୍ତା ତଳକୁ ୩ ଜଣ ଯୁବକ ଛିଟିକି ପଡି ଗୁରୁତର ହୋଇଥିଲେ । ପାଟ୍ରୋଲିଂରେ ଯାଉଥିବା ଟାଙ୍ଗୀ ପୋଲିସ୍ ଏକ ଭ୍ୟାନ ଗୁରୁତର ଲୋକଙ୍କୁ ତୁରନ୍ତ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।

ତେବେ ଗୁରୁତର ମାନଙ୍କର ଅବସ୍ଥା ଉଦବେଗ ଜନକ ହେବାରୁ ସେମାନଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଲେ ଟାଙ୍ଗୀ ଥାନା କୟଥ ପଲା ଗ୍ରାମର ଚନ୍ଦନ ସ୍ୱାଇଁ, କାଳୁ ସ୍ୱାଇଁ, ତ୍ରୀଲୋକ ଲୋଚନ ଚଂପତିରାୟ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.