ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ନେଇଛି ‘ଅସାନି’, ପବନ ଆଶଙ୍କା ଥିବାରୁ ଉପକୂଳ ୪ ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ବର (କେନ୍ୟୁଜ୍): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ନେଇଛି ‘ଅସାନି’। ବାତ୍ୟା ସ୍ଥଳଭାଗ ନ ଛୁଇଁଲେ ବି କିଛି ସମୟ ପାଇଁ ପବନ ଆଶଙ୍କା ଥିବାରୁ ଉପକୂଳ ୪ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟାର ଗତିପଥ ଦେଖି ରାଜ୍ୟ ସରକାର ୪ଟି ଜିଲ୍ଲାର ୧୫ଟି ବ୍ଲକ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଏହାସହ ପ୍ରବଳ , ବର୍ଷା ପବନ ହେବାକୁ ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କିରବାକୁ SRC ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆସନ୍ନ ପ୍ରସବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍‌ପିଟାଲକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ୬ଟି ଓଡ୍ରାଫ୍‌ ଟିମ୍‌ ପୁରୀ, ଗଞ୍ଜାମ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରିବାକୁ କୁହାଯାଇଛି। ତେବେ ବର୍ଷା ପ୍ରଭାବରେ ବନ୍ୟାର ଆଶଙ୍କା ନଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.