ଆଠଗଡ଼ରେ ପୁଣି ବନ୍ଧୁକ ମୁନରେ ଲୁଟ୍, ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟିନେଲେ

ଆଠଗଡ଼ରେ ପୁଣି ବନ୍ଧୁକ ମୁନରେ ଲୁଟ୍ । ଲକର ଟେକି ନେଲେ ଦୁର୍ବୃତ୍ତ। ଆଠଗଡ଼ ଅଶୋକ ନଗର ସ୍ଥିତ ଫ୍ଲିପକାର୍ଟ ଅଫିସରେ ସ୍ପଷ୍ଟ ଦିବାଲୋକରେ ଡକାୟତି ହୋଇଛି । ବାଇକରେ ଆସିଥିଲେ ଦୁଇ ଜଣ ମୁଖାପିନ୍ଧା ଦୃର୍ବୃତ୍ତ । କାର୍ଯ୍ୟରତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ।

ଆଠଗଡ଼ : ଆଠଗଡ଼ରେ ପୁଣି ବନ୍ଧୁକ ମୁନରେ ଲୁଟ୍ । ଲକର ଟେକି ନେଲେ ଦୁର୍ବୃତ୍ତ। ଆଠଗଡ଼ ଅଶୋକ ନଗର ସ୍ଥିତ ଫ୍ଲିପକାର୍ଟ ଅଫିସରେ ସ୍ପଷ୍ଟ ଦିବାଲୋକରେ ଡକାୟତି ହୋଇଛି । ବାଇକରେ ଆସିଥିଲେ ଦୁଇ ଜଣ ମୁଖାପିନ୍ଧା ଦୃର୍ବୃତ୍ତ । କାର୍ଯ୍ୟରତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ।

ଏହାପରେ ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଘଟଣାସ୍ଥଳରେ ଆଠଗଡ଼ ଥାନା ପୋଲିସ ଖୋଳତାଡ କରୁଛି । ଲୁଟେରାଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚାଲିଛି । ତିଗିରିଆ ଥାନା ଅଞ୍ଚଳରୁ ATM ଟଙ୍କା ଭର୍ତ୍ତି ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ୍ ବେଳେ ଆଜି ସ୍ପଷ୍ଟ ଦିବାଲୋକରେଏହି ଲୁଟ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.