ମଣିଷ ରୂପୀ ନର ରାକ୍ଷସର କ୍ରୁରତା, ହୋମ ଷ୍ଟେ ହୋଟେଲରେ କାମ କରୁଥିବା ମହିଳାଙ୍କ ସହ ଗଣ ଦୁଷ୍କର୍ମ

ଉତ୍ତରପ୍ରଦେଶର ଆଗ୍ରାରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ହୋମ ଷ୍ଟେ ହୋଟେଲରେ କାମ କରୁଥିବା ଜଣେ ମହିଳାଙ୍କ ସହ ହୋଇଛି ଗଣ ଦୁଷ୍କର୍ମ । ପିଡ଼ିତା ମହିଳାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚାରିଆଡ଼େ ବୁଲୁଛନ୍ତି କିଛି ମଣିଷ ରୂପୀ ନର ରାକ୍ଷସ । ମେଣ୍ଟୁନି ଏମାନଙ୍କ ଶରୀରର ଭୋକ । ଏମାନଙ୍କୁ ତ ମଣିଷ କହିହେବନି କାରଣ ଯାହା ମନରେ ଦୟା ମାୟା ବୋଲି କିଛି ନଥାଏ ତାକୁ ମଣିଷ କହିବା ବା କେମିତି । ଏଇ ମଣିଷ ରୂପୀ ରାକ୍ଷସଙ୍କର କେବଳ ନଜର ଥାଏ ମହିଳାଙ୍କ ଉପରେ । ଟିକେ ସୁଯୋଗ ପାଇଲେ ମାଡ଼ି ବସନ୍ତି । ଏହି ରାକ୍ଷସମାନେ ମଣିଷ ପଣିଆକୁ ଭୁଲି ଯାଇ ମହିଳାଙ୍କର ସବୁକିଛି ଲୁଟି ନିଅନ୍ତି । ଏମାନେ ପୁଣି ଆମ ସମାଜର ଲୋକ, ଆମ ଭିତରେ ହିଁ ରୁହନ୍ତି, ଯାହାଙ୍କୁ ଚିହ୍ନିବା ଆମ ପାଇଁ ମୁସ୍କିଲ । ତେବେ ନିକଟରେ ଜଣେ ମହିଳାଙ୍କ ସହ ଏପରି କିଛି ହୋଇଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

ଉତ୍ତରପ୍ରଦେଶର ଆଗ୍ରାରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ହୋମ ଷ୍ଟେ ହୋଟେଲରେ କାମ କରୁଥିବା ଜଣେ ମହିଳାଙ୍କ ସହ ହୋଇଛି ଗଣ ଦୁଷ୍କର୍ମ । ପିଡ଼ିତା ମହିଳାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ମହିଳା ନିଜକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିଛନ୍ତି । କାନ୍ଦି କାନ୍ଦି ମହିଳାଙ୍କ ପାଟିରୁ ଶବ୍ଦ ବାହାରୁ ନଥିଲା । ମହିଳାଙ୍କ ସହ ଏଭଳି ଅତ୍ୟାଚାର ହେବା ପରେ ସେ ଲୋକମାନଙ୍କ ଠାରୁ ସାହାଯ୍ୟ ମାଗୁଥିବାର ଦୃଶ୍ୟ ଦେଖିଲେ ଆପଣ ବି ଭୟରେ ଥରିଯିବେ ।

ମହିଳାଙ୍କ ଏଭଳି ଚିତ୍କାର ଶୁଣି ଆଖପାଖର ଲୋକେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ ଏବଂ ସଙ୍ଗେ ସଙ୍ଗେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପିଡ଼ିତା ଜଣଙ୍କ ପୋଲିସକୁ କହିଥିଲେ ଯେ ଅଭିଯୁକ୍ତମାନେ ତାଙ୍କୁ ଜୋର ଜବରଦସ୍ତି ଘରେ ପୁରାଇଥିଲେ ଏବଂ ନିର୍ଦ୍ଦୟ ଭାବେ ମାରପିଟ କରିଥିଲେ । ରିପୋର୍ଟ ଅନୁସାରେ ଏହି ଘଟଣାରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ୨୫ ବର୍ଷିୟା ପିଡ଼ିତା କହିଛନ୍ତି ଯେ ତାଙ୍କର ଏକ ଆପତ୍ତିଜନକ ଭିଡିଓ କରାଯାଇଥିଲା ଏବଂ ଏହି ଭିଡିଓକୁ ଦେଖାଇ ତାଙ୍କୁ ବ୍ଲାକମେଲ କରାଯାଇଥିଲା । ଅଭିଯୁକ୍ତମାନେ ମହିଳାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ କଥା ନ ମାନନ୍ତି ତେବେ ସେମାନେ ସେହି ଭିଡିଓକୁ ଇଣ୍ଟରନେଟରେ ଭାଇରାଲ କରିବେ। ମହିଳାଙ୍କ ଅନିଚ୍ଛାସତ୍ତ୍ୱେ ତାଙ୍କୁ ମଦ ପିଆଇଥିଲେ ଅଭିଯୁକ୍ତ ଏବଂ ତାଙ୍କ ମୁଣ୍ଡରେ ଏକ କାଚ ବୋତଲରେ ଆଘାତ ଦେଇଥିଲେ । ପିଡ଼ିତା ଗତ ଦେଢ଼ ବର୍ଷ ଧରି ହୋମ ଷ୍ଟେ ରେ ଚାକିରି କରୁଥିଲେ । ପୋଲିସ କହିବା ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମର ଅଭିଯୋଗ ମଧ୍ୟ ହୋଇଛି ।

ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ହୋମ ଷ୍ଟେ କୁ ସିଲ୍‌ କରି ଦିଆଯାଇଛି । ପୋଲିସକୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ ପିଡ଼ିତାଙ୍କୁ ମଦ ପିଇବା ପାଇଁ ବାଧ୍ୟ କରାଯାଇଥିଲା । ତାଙ୍କୁ ଅତି କମରେ ୪ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ । ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଷ୍କର୍ମ ବ୍ୟତୀତ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ସମସ୍ତ ଅଭିଯୁକ୍ତ ଆଗ୍ରାର ବାସିନ୍ଦା ବୋଲି ଜଣା ପଡ଼ିଛି । ଏହି ମାମଲାରେ ପୋଲିସ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.