ମନ କିଣିନେଲେ ବିଧାୟକ, ଡାକ୍ତରଖାନା କର୍ମଚାରୀ ଧାରଣାରେ ଥିବାରୁ ରୋଗୀଙ୍କୁ କଲେ ନିଜ ହାତରେ ଡ୍ରେସିଂ

ଡ୍ରେସର ସାଜିଲେ ବିଧାୟକ । ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀଙ୍କ ଡ୍ରେସିଂ କଲେ ରାଉରକେଲା ଏମ୍‌ଏଲ୍‌ଏ ସାରଦା ନାୟକ । ରାଉରକେଲା ସରକାରୀ ଡାକ୍ତରଖାନାରେ ଆଟେଣ୍ଡାଣ୍ଟଙ୍କ ଧର୍ମଘଟ ଯୋଗୁଁ ଅଚଳବସ୍ଥା ଦେଖାଦେଇଛି । ଏସଂପର୍କରେ ଖବର ପାଇବା ପରେ ବିଧାୟକ ସାରଦା ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ରୋଗୀଙ୍କୁ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିଥିଲେ । ଏପରିକି ନିଜେ ରୋଗୀଙ୍କ ଡ୍ରେସିଂ କରିଥିଲେ । ଚାକିରୀ ସ୍ଥାୟୀତ୍ୱ ଦାବିରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ କରି ଧାରଣା ଦିଆଯାଇଥିଲା । ଫଳରେ ରୋଗୀମାନେ ସମସ୍ୟାରେ ପଡ଼ିଥିଲେ । ବିଧାୟକଙ୍କ ହସ୍ତକ୍ଷେପ ପରେ ସଂଘର ଧାରଣା ପ୍ରତ୍ୟାହୃତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.