ବର୍ଷା ଜଳ ସଂରକ୍ଷଣ ପାଇଁ ରାଉରକେଲା ମହାନଗର ନିଗମର ନିଆରା ପଦକ୍ଷେପ

ରାଉରକେଲା(କେନ୍ଯୁଜ୍): ବର୍ଷା ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଅଭିଯାନ । ଭୂତଳ ଜଳସ୍ତର ବୃଦ୍ଧି ସହିତ ଭବିଷ୍ୟତରେ ଜଳ ସଙ୍କଟ ଦୂର କରିବା ଲାଗି ନିଆରା ପଦକ୍ଷେପ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଅଧୀନରେ ଆରମ୍ଭ ହୋଇଛି, ସ୍ୱତନ୍ତ୍ର ଜଳ ଅମଳ ପ୍ରକଳ୍ପ । ରାଉରକେଲାରେ ଥିବା ବିଭିନ୍ନ ପାର୍କ ସହିତ ସରକାରୀ ସ୍କୁଲ, କଲେଜ, ହସ୍ପିଟାଲ ପରିସରରେ ଥିବା ଖୋଲାସ୍ଥାନମାନଙ୍କରେ ଏହି ପ୍ରକଳ୍ପ କାମ କରାଯାଉଛି । ୮୫୦ଟି ପିଟ୍‌ ମଧ୍ୟରୁ ବର୍ତ୍ତମାନସୁଦ୍ଧା ୨୦୯ଟିର କାମ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ୧୦୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯୋଡ଼ା ଯାଇଛି ।

ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ରାଉରକେଲା ସହରରେ ଖୋଲା ଜାଗାମାନଙ୍କରେ ସବୁଜିମା ସୃଷ୍ଟି ହୋଇପାରିବ । ଏହାଛଡ଼ା ଭୂତଳ ଜଳସ୍ତର ପରିମାଣ ବୃଦ୍ଧି ହେବା ସହିତ ପାନୀୟ ଜଳ ସଙ୍କଟ ମଧ୍ୟ ଦୂର ହୋଇପାରିବ । ଖୁବଶୀଘ୍ର ସମସ୍ତ କାମ ଶେଷ ହେବ ବୋଲି କହିଛନ୍ତି, ରାଉରକେଲା ମହାନଗର ନିଗମ କମିଶନର ।

ସହରରେ ଜଳକଷ୍ଟକୁ ଦୂର କରିବା ଲକ୍ଷ୍ୟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଆରମ୍ଭ କରାଯାଇଛି ଜଳ ଅମଳ ପ୍ରକଳ୍ପ । କୋଭିଡ ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ଏହା ବେଶ୍‌ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.