Below header

୬୦ହଜାର ଗାଁରେ ପହଞ୍ଚିଛି RSS, ସୂଚନା ଦେଲେ କାର୍ଯ୍ୟବାହ ସୁରେଶ ଭୈୟାଜୀ ଯୋଶୀ

ଭୁବନେଶ୍ୱର(କେନ୍ୟୁଜ୍): ୬୦ହଜାର ଗାଁରେ ସଂଘ ପହଞ୍ଚିଛି,ସଙ୍ଗଠନ ବୃଦ୍ଧି ହେଉଛି । ଏହା କହିଛନ୍ତି RSS ସର କାର୍ଯ୍ୟବାହ ସୁରେଶ ଭୈୟାଜୀ ଯୋଶୀ । NRC ପ୍ରସଙ୍ଗରେ ପ୍ରତିକ୍ରିୟାରେ କହିଛନ୍ତି , ‘ସମସ୍ତ ରାଜ୍ୟର ଏହା ଲାଗୁ ହେବା ଦରକାର । ଅନ୍ୟଦେଶରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବା ଦରକାର । ସରକାର ଏଥିପାଇଁ ପଦକ୍ଷେପ ନେବା ଦରକାର ବୋଲି ଭୈୟାଜୀ ଯୋଶୀ କହିଛନ୍ତି । ରାମ ମନ୍ଦିର ପ୍ରସଙ୍ଗରେ କହିଛନ୍ତିି ‘ସୁପ୍ରିମ୍‌କୋର୍ଟଙ୍କ ରାୟ ହିନ୍ଦୁମାନଙ୍କ ସପକ୍ଷରେ ଆସିବ । ଭୁବନେଶ୍ୱରରେ ଚାଲିଥିବା ଆରଏସଏସର ତିନି ଦିନିଆ ଅଖିଳ ଭାରତୀୟ କାଯ୍ୟର୍କାରୀ ମଣ୍ଡଳରେ ଯୋଗଦାନ ପରେ ସେ ସାମ୍ବଦିକ ସମ୍ମିଳନୀରେ ଏହା କହିଛନ୍ତି । ଏଥିରେ ଅଖିଳ ଭାରତୀୟ କ୍ଷେତ୍ର ଓ ପ୍ରାନ୍ତର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି । ପାଖାପାଖି ୪ଶହ ପ୍ରତିନିଧି ଯୋଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.