କେବେ ଭାବିଛନ୍ତି, ରାତିରେ ଆପଣଙ୍କ ଘର ବାହାରେ କାହିଁକି କୁକୁର କାନ୍ଦିଥାଏ

ବହୁ ସମୟରେ ଆମେ ରାତିରେ କୁକୁର ମାନେ କାନ୍ଦୁଥିବାର ଶୁଣିଥାଉ । ଏହାକୁ ଶୁଣି ଭୟ ଲାଗୁଥିଲେ ମଧ୍ୟ ଏହା ପଛର  ପ୍ରକୃତ କାରଣ ବିଷୟରେ ଜାଣିପାରି ନଥାଉ । ଆଜି ଆମେ ସେ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ । ଜାଣନ୍ତୁ ଏପର୍ଯ୍ୟନ୍ତ ବାହାର କରାଯାଇଥିବା ୫ ଟି କାରଣ ସମ୍ପର୍କରେ:

dog

୧. ଆମ ସମାଜରେ ଅତି ପ୍ରାଚୀନ କାଳରୁ କେତେ ଗୁଡିଏ ଚାଲି ଆସୁଛି । ଏହାର ପଛରେ ଥିବା କାହାଣୀ ସମ୍ପର୍କରେ ଆମେ ଭଲ ଜାଣି ନଥିଲେ ମଧ୍ୟ ଏଗୁଡିକର ଆଖି ବୁଜି ପାଳନ କରିଥାଉ । ଏମିତିକି ଏହା ପଛର ପ୍ରକୃତ କାରଣ ବିଷୟରେ ଯଦି ଖୋଜିବା ହୁଏତ ନ ମିଳିପାରେ । ପୁରାତନ ଯୁଗରୁ କୁକୁର କାନ୍ଦିବାକୁ ବହୁତ ବଡ ଅଶୁଭ ବୋଲି ଧରାଯାଇଥାଏ । କୁହାଯାଏ କି କୁକୁର କାନ୍ଦ ମାଧ୍ୟମରେ କାହାର ନା କାହା ମୃତ୍ୟୁର ପୂର୍ବ ସୂଚନା ଦେଇଥାଏ । ଏମିତି କଥା ଶୁଣି ତା ଯେ କେହି ବି ପ୍ରଥମେ ଡରିଯିବ ।

୨. ପୃଥିବୀର ବହୁ ପ୍ରସିଦ୍ଧ ଜ୍ୟୋତିଷଙ୍କ କହିବା ଅନୁଯାୟୀ କୁକୁର ସେତେବେଳେ ହିଁ ଅଧିକ କାନ୍ଦିଥାନ୍ତି ଯେତେବେଳେ ତାଙ୍କ ନିକଟରେ କୌଣସି ଆତ୍ମା ଥାଏ । ଆତ୍ମା ମାନଙ୍କ ଉପସ୍ଥିତି କୁକୁର ମାନେ ହିଁ ପ୍ରଥମେ ଜାଣିପାରିଥାନ୍ତି । ଆତ୍ମାକୁ ସାଧାରଣ ଲୋକେ ଦେଖିପାରୁନଥିବା ବେଳେ କୁକୁର ମାନେ କିନ୍ତୁ ଜାଣିପାରିଥାନ୍ତି । ତେଣୁ ବହୁ ଲୋକ କୁକୁର କାନ୍ଦୁଥିବାର ଦେଖିଲେ ତାକୁ ଘଉଡ଼ାଇ ଦିଅନ୍ତି ।

dog

୩. ବିଜ୍ଞାନ ଓ ବିଶେଷଜ୍ଞଙ୍କ ଅନୁଯାୟୀ କୁକୁର କେବେ ମଧ୍ୟ କାନ୍ଦି ନଥାନ୍ତି । ସେମାନେ ଚିଲେଇଥାନ୍ତି । ଏମିତି ବଡ ପାଟିରେ ଚିଲେଇ ସେମାନେ ନିଜ ବନ୍ଧୁ ଜ୍ଞାତି ପରିଜନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥାନ୍ତି । ଏହା ମାଧ୍ୟମରେ ହୁଏତ ତାଙ୍କ ସାଥି ମାନେ ସେମାନଙ୍କ ଉପସ୍ଥିତି ବିଷୟରେ ସହଜରେ ଜାଣି ପାରନ୍ତି ।

ଏହା ସହ ପଢନ୍ତୁ: ୭୫ ବର୍ଷରେ ମା’ ହେଲେ ବୃଦ୍ଧା, ଛଅ ମାସର ଗର୍ଭବତୀଙ୍କୁ ଡାକ୍ତର କରାଇଲେ ପ୍ରସବ

୪. ଆଉ ଏକ ବୈଜ୍ଞାନିକ କାରଣ ଅନୁଯାୟୀ କୁକୁର ମାନେ ବି ଜୀବ । ତାଙ୍କର ମଧ୍ୟ ଶରୀର କଷ୍ଟ ହୁଏ । ନିଜ ଦେହ ଖରାପ ବା ଅନ୍ୟ କୌଣସି ଶରୀର ପୀଡା ବିଷୟରେ ସେମାନେ ଚିଲେଇକି ଅନ୍ୟ ମାନଙ୍କୁ ଜଣାଇଥାନ୍ତି । ଏହା ମାଧ୍ୟମରେ ସେମାନେ ଦୂରରେ ଥିବା ସେମାନଙ୍କ ସାଥି ମାନଙ୍କୁ ନିଜ ନିକଟକୁ ଡାକିଥାନ୍ତି ।

୫.ମଣିଷ ମାନଙ୍କ ପରି କୁକୁର ମାନଙ୍କୁ ବି ଏକୁଟିଆ ରହିବା ପସନ୍ଦ ନୁହେଁ । ନିଜ ଏକଲା ପଣକୁ ଦୂର କରିବା ପାଇଁ ହୁଏତ ସେମାନେ ଅନ୍ୟ ସାଥୀମାନଙ୍କୁ ହାଲ୍ଲା କରିକି ଡାକିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.