ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୋଲିସର ଚଢାଉ, ୧୩ ଜଣ ଦଲାଲଙ୍କୁ ଅଟକ ରଖି ପଚରାଉଚାର

ରାଉରକେଲା(କେନ୍ୟୁଜ୍): ରାଉରକେଲା ଉଦିତ୍‌ନଗରଠାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୋଲିସ ଚଢାଉ। ୧୩ ଜଣ ଦଲାଲଙ୍କୁ ପୋଲିସ ଅଟକ ରଖି ପଚରାଉଚାର କରିଛି। ଚଢାଉ ଦେଖି ଅନେକ ଦଲାଲ ନିଜ ଅଫିସରେ ତାଲା ପକାଇ ପଳାଇ ଥିଲେ । ଜଣେ ଦଲାଲର ଅଫିସକୁ ପୋଲିସ ସିଲ୍‌ କରିଛି। ବିଭିନ୍ନ କାମ କରାଇ ଦେବା ନାଁରେ କିଛି ଦଲାଲ ଲୋକଙ୍କଠାରୁ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଚଢାଉ ନିର୍ଦ୍ଦେଶ ଦେଇଥିଲେ ରାଉରକେଲା ଏସ୍‌ପି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.