ନିର୍ମାଣଧିନ ଫ୍ଲାଇଓଭରରୁ ଖସିଲା ଟ୍ରକ, ଲୋକେ ଅଟକାଇଥିଲେ ମଧ୍ୟ ଶୁଣିନଥିଲେ ଡ୍ରାଇଭର

ମୟୁରଭଞ୍ଜ(କେନ୍ୟୁଜ୍): ଟ୍ରକ ଦୁର୍ଘଟଣାର ଲାଇଭ ଭିଜୁଆଲ । ଲୋକେ ଅଟକାଇଥିଲେ ମଧ୍ୟ ଶୁଣିନଥିଲେ ଡ୍ରାଇଭର । କିଛି ସମୟ ମଧ୍ୟରେ ଫ୍ଲାଇ ଓଭର ତଳକୁ ଖସିପଡ଼ିଥିଲା ଟ୍ରକ । ନିର୍ମାଣଧିନ ଫ୍ଲାଇଓଭରରୁ ଖସିଲା ଟ୍ରକ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ବମ୍ବେଛକ ଠାରେ ଅର୍ଦ୍ଧ ନିର୍ମିତ ଫ୍ଲାଇଓଭରରେ ଘଟିଛି ଦୁର୍ଘଟଣା । ଟ୍ରକ ଡ୍ରାଇଭର୍ ମୃତ । କଲିକତା ପଟୁ ଆସୁଥିବା ଏକ ଟ୍ରକ ଭୁଲ ବଶତଃ ଅର୍ଦ୍ଧ ର୍ନିମିତ ଫ୍ଲାଇ ଓଭର ଉପରକୁ ଦ୍ରୁତଗତିରେ ମାଡି ଯାଉଥିଲା ।
ଲୋକେ ଟ୍ରକଟିକୁ ଦେଖି ଡ୍ରାଇଭରକୁ ରୋକିବାକୁ ଉଦ୍ୟମ କରୁଥିଲେ ମଧ୍ୟ ଟ୍ରକଟି ଫ୍ଲାଇଓଭର ତଳକୁ ଖସି ପଡିଥିଲା । ଲୋକେ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଉଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ଅର୍ଦ୍ଧନିର୍ମିତ ଫ୍ଲାଇଓଭର କାର୍ଯ୍ୟ ତୁରନ୍ତ ଶେଷ ନହେବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ତେବେ ଏହି ଦୁର୍ଘଟଣା ପରେ ଅ.ନେକ ପ୍ରଶ୍ନ ସାମ୍ନାକୁ ଆସିଛି ;-
- ନିର୍ମାଣଧିନ ଫ୍ଲାଇଓଭର ପୂର୍ବରୁ ଲାଗିନଥିଲା କି କିଛି ସୂଚନା ଫଳକ?
- ଯଦି ଡ୍ରାଇଭରଙ୍କୁ ବାରଣ କରାଯାଉଥିଲା ସେ ଅଟକିଲେ ନାହିଁ କାହିଁକି?
- ଟ୍ରକଟି କଣ ନିୟନ୍ତ୍ରଣ ହରାଇ ବସିଥିଲେ କି ? ନା ଡ୍ରାଇଭର ନିଶାସକ୍ତ ଥିଲେ?