ଆଜି ପବିତ୍ର ଅଶୋକାଷ୍ଟମୀ: ହେବନି ପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, କରୋନା ଭୟ ଯୋଗୁ ଅନୁମତି ଦେଲାନି ପ୍ରଶାସନ

ଭୁବନେଶ୍ବର: ଚଳିତ ବର୍ଷ ଗଡିବନି ରୁକୁଣା ରଥ। କରୋନା କଟକଣା ଯୋଗୁ ରୁକୁଣା ରଥଯାତ୍ରାକୁ ମନା କରିଛି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ରୁକୁଣା ରଥଯାତ୍ରାକୁ ମନା କରିଛି । ସେପଟେ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା।

rathତେବେ ଚଳିତ ବର୍ଷ ଯାତ୍ରା ବନ୍ଦ ହୋଉଥିବାରୁ ପ୍ରଭୁଙ୍କ ପାଞ୍ଚଦିନର ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଗତକାଲି ପ୍ରଶାସନ ଅନୁମତି ନଦେବା ପରେ ନେତ୍ର ଉତ୍ସବ ନୀତି ଓ ମରିଚକୁଣ୍ଡ ପାଣି ନିଲାମ ହୋଇନାହିଁ। ଲକ୍‌ ଡାଉନ୍‌ ବେଳେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ପ୍ରତିବର୍ଷ ରୁକୁଣା ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଅଶୋକାଷ୍ଟମୀ ଦିନ ଲିଙ୍ଗରାଜଙ୍କ ରଥଟଣା ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.