ସାରା ବିଶ୍ୱର ୨୦୨ଟି ରାଷ୍ଟ୍ରରେ କରୋନାର କଳା ଛାୟା: ନେଲାଣି ୪୨ ହଜାରରୁ ଅଧିକ ମୁଣ୍ଡ, ଆମେରିକାରେ ସର୍ବାଧିକ ଆକ୍ରାନ୍ତ

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ୨୦୨ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୪୨ ହଜାରରୁ ଅଧିକ ମୁଣ୍ଡ । ବିଶ୍ୱରେ ଏଯାଏ ୮.୫୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୭୭ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି। ସେପଟେ ଇଟାଲି ପରେ ଚୀନ୍‌କୁ ଟପିଲା ଆମେରିକା ଓ ଫ୍ରାନ୍‌ସ। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ରହିଛି। ଗୋଟିଏ ଦିନରେ ୭୪୮ ଜଣଙ୍କ ମୃତ୍ୟୁ ହୋଇଛି। ଭାଇରସ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୮୭ ଲକ୍ଷ ଜଣ ଆକ୍ରାନ୍ତ ହୋଇଛନ୍ତି। ୩ହଜାର ୮୬୦ଜଣଙ୍କ ଜୀବନ ଯାଇଛି।

coronavirusଇଟାଲିରେ ଗୋଟିଏ ଦିନରେ ୮୩୭ ଜଣଙ୍କ ଜୀବନ ଯାଇଛି। ମୃତ୍ୟୁସଂଖ୍ୟା ୧୨ହଜାର ୪୨୮ରେ ପହଞ୍ଚିଛି। ସ୍ପେନ୍‌ରେ ଗୋଟିଏ ଦିନରେ ୭୪୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୮ହଜାର ୪୬୪ରେ ପହଞ୍ଚିଛି। ଚୀନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୩ହଜାର ୩୦୫ରେ ପହଞ୍ଚିଛି। ଇରାନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୨ହଜାର ୮୯୮ ଓ ଫ୍ରାନ୍ସରେ ୩ହଜାର ୫୨୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.