ସାଲେପୁର ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଏହି ଅଟୋ ଡ୍ରାଇଭର, ତାଙ୍କ ବଗିଚା ଦେଖିଲେ ମନ ପୁରି ଉଠିବ

ସାଲେପୁର(କେନ୍ୟୁଜ୍): ସାଲେପୁର ମାଟିରେ ଫଳୁଛି ପେନ୍ଥା ପେନ୍ଥା ଅଙ୍ଗୁର। ଆଉ ଏହି ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଅଛନ୍ତି ଜଣେ ଅଟୋ ଡ୍ରାଇଭର । ପେଶା ତାଙ୍କର ଅଟୋ ଚଳାଇବା ହେଲେ ନିଶା ହେଉଛି ବାଡ଼ି ବଗିଚାରେ ବିଭିନ୍ନ ରକମର ଫୁଲ ଫଳ ଗଛ ଲଗାଇବା। ସେହି ନିଷ୍ଠାପର ପରିଶ୍ରମ ଆଉ ନିଶା ଏବେ ତାଙ୍କୁ ଦେଇଛି ସଫଳତା। ତାଙ୍କ ଗଛରେ ହେଇଥିବା ପେନ୍ଥା ପେନ୍ଥା ଅଙ୍ଗୁର ଦେଖିବା ପାଇଁ ଏବେ ଆଖପାଖ ଲୋକ ମଧ୍ୟ ଭିଡ଼ ଜମାଇଲେଣି।

ଏ ହେଉଛି କଟକ ଜିଲ୍ଲା ସାଲେପୁର ନିକଟ ବହୁଗ୍ରାମ ଗାଁ। ଏଠାରେ ରୁହନ୍ତି ଅଭୟ କୁମାର ମୁଦୁଲି। ଅଟୋ ଚଳାଇଲେ ତାଙ୍କ ପରିବାର ଚଳେ। ହେଲେ ନିଶା ତାଙ୍କର ବାଡ଼ି ବଗିଚାରେ ଫଳ ଫଳାଇବା। ଜାଗାବାଡି ଅଭାବ ଥିବାରୁ ଘର ଆଗ ଆଉ ଛାତ ଉପରକୁ ସେ ଏକ ପ୍ରକାର ଫଳ ଫୁଲ ବଗିଚାରେ ପରିଣତ କରିଛନ୍ତି। କହିବାକୁ ଗଲେ ମୁଖ୍ଯତଃ ଏବେ ଫୁଲ ଆଉ ଫଳ ସହ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଅଙ୍ଗୁର। ଦୀର୍ଘ ୪ବର୍ଷ ପୂର୍ବରୁ ସେ ଏହି ଅଙ୍ଗୁର ଗଛ ସବୁ ଆଣି ନିଜେ ଲଗାଇଥିଲେ ହେଲେ କୌଣସି ବର୍ଷ ଫଳ ହୁଏନି। କିନ୍ତୁ ଚଳିତ ବର୍ଷ ଚମତ୍କାର ହେଇଛି। କରାଣ ଅଙ୍ଗୁର ପେନ୍ଥା ଚମକୁଛି ତାଙ୍କ ଛାତ ଉପର। ତଳୁ ଛାତ ଉପର ପର୍ଯ୍ଯନ୍ତ ଅଙ୍ଗୁର ଗଛରେ ଏବେ ମାଳ ମାଳ ଅଙ୍ଗୁର ସମସ୍ତଙ୍କ ମନ ଲୋଭଉଛି।

angur

ସାଧରଣତର ରାଜ୍ଯର ଏହି ପ୍ରାନ୍ତରେ ଅଙ୍ଗୁର ଫସଲ ଦେଖିବାକୁ ମିଳେନି। ହେଲେ ଅଭୟଙ୍କ ବାଡ଼ିରେ ଫଳିଥିବା ଏହି ଅଙ୍ଗୁର। ଅନେକ ଗବେଷକମାନଙ୍କୁ ମଧ୍ୟ ଗବେଷଣାର ଖୋରାକ ଯୋଗାଇବା ସହ ଏ ଅଞ୍ଚଳରେ ଅଙ୍ଗୁର ଚାଷର ବ୍ଯାପକ ସମ୍ଭାବନା ସୃଷ୍ଟି କରିବ। ଏ ପର୍ଯ୍ଯନ୍ତ ଅଭୟଙ୍କୁ କୌଣସି ସରକାରୀ ସହାୟତା ମିଳିନି । ତେବେ ସରକାର ତାଙ୍କର ଏହି ଅଙ୍ଗୁର ଚାଷକୁ ଅନୁଧ୍ୟାନ କଲେ ନିଶ୍ଚୟ ଅଙ୍ଗୁର ଚାଷର ସମ୍ଭାବନା ଏ ଅଞ୍ଚଳରେ ସୃଷ୍ଟି ହେବ ବୋଲି ବରିଷ୍ଠ ଚାଷୀମାନେ କହିଛନ୍ତି।

କଥାରେ ଅଛି କିଛି କରିଦେଖାଇବାର ଇଚ୍ଛା ଥିଲେ ଜଣେ ସବୁ କିଛି କରିପାରିବ। ଯଦି ତାହା ଚାଷ କାର୍ଯ୍ଯ ହୁଏ ତେବେ ଖୁସି ଦ୍ବିଗୁଣିତ ହୋଇଯାଏ। କାହିଁକି ନା ପରିଶ୍ରମର ଫଳ ସୁନାର ଫସଲ ଦେଖି ହିଁ ମିଳିଥାଏ। ଆଉ ସେହି ଖୁସି ଆଜି ଅଭୟଙ୍କ ମୁହଁକୁ ଦେଖି ବାରି ହୋଇପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.