ଝିଅକୁ ଯୁବକଙ୍କ ସହ ଅସଂଯତ ଅବସ୍ଥାରେ ଦେଖି ସହିପାରିଲାନି ବାପା, ଶୋଇଥିବା ଅବସ୍ଥାରେ ଗଳା କାଟି କଲା ହତ୍ୟା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଠାରେ କିଛି ନୂଆନୂଆ ଅପରାଧ ଦେଖିବାକୁ ମିଳୁଛି । ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡୁଛି । ଫିରୋଜାବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜ ଝିଅକୁ ହତ୍ୟା କରିଥିବାର ଖବର ଶୁଣିବାକୁ ମିଳିଛି।

କୁହାଯାଉଛି ଯେ ଘର ଭିତରେ ଝିଅକୁ ଜଣେ ଯୁବକଙ୍କ ସହ ଅସଂଯତ ଅବସ୍ଥାରେ ଦେଖିଥିଲେ ଯାହାକୁ ସେ ସହ୍ୟ କରିପାରିନଥିଲେ। ରାତିରେ ଶୋଇଥିବା ବେଳେ ବାପା ଏକ ଲୁହା ଆରୀରେ ଝିଅର ଗଳା କାଟି ହତ୍ୟା କରିଥିଲା। ଏହି ଘଟଣାର ଖବର ପାଇ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ କରି ତଦନ୍ତ କରୁଛି ।

ଅନ୍ୟପଟେ ନିଜର ଅପରାଧକୁ ଲୁଚାଇବା ପାଇଁ ମୃତକଙ୍କ ବାପା ପଡ଼ୋଶୀମାନଙ୍କୁ କହିଥିଲା ଯେ ଝିଅ ଆତ୍ମହତ୍ୟା କରିଦେଇଛି। ଯେତେବେଳେ ପୋଲିସ ମୃତଦେହକୁ ଦେଖିଲା ଜାଣିବାକୁ ପାଇଲା ଯେ ଝିଅର ଗଳା କାଟି ହତ୍ୟା କରାଯାଇଛି । ଆଉ ଆତ୍ମହତ୍ୟାର ରୂପ ଦିଆଯାଉଛି। ଏହି ଘଟଣାକୁ ନେଇ ପୋଲିସ ନାବାଳିକାର ବାପାକୁ ପଚରାଉଚରା ପରେ ହତ୍ୟାର ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା

ବ୍ୟକ୍ତି ଜଣ ପୋଲିସକୁ କହିଛି ଯେ ଝିଅକୁ ସେ ଜଣେ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥା ଦେଖିଥିଲେ । ଯାହା ପରେ ସେ ରାତରେ ଶୋଇ ପାରିଲେ ନାହିଁ ଏବଂ ଅସ୍ଥିର ଅନୁଭବ କରିଥିଲେ। ଏହା ପରେ କ୍ରୋଧରେ ଆସି ଏହି ପଦକ୍ଷେପ ନେଇଥିଲେ।

ଫିରୋଜାବାଦ ପୋଲିସ ଅଧୀକ୍ଷକ ଡକ୍ତର ଅଖିଲେଶ ନାରାୟଣ ସିଂ କହିଛନ୍ତି ଯେ ସେ ଜଣେ ୧ ବର୍ଷର ବାଳିକାର ହତ୍ୟା ବିଷୟରେ ସୂଚନା ପାଇଛନ୍ତି। ଏହା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ଏବଂ ସେ ନିଜର ସମସ୍ତ ଅପରାଧକୁ ସ୍ୱୀକାର କରିଛନ୍ତି। ହତ୍ୟାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ପୋଲିସ ଉଦ୍ଧାର କରିଛି। ଏହି ମାମଲାର ତଦନ୍ତରେ ଫୋରେନସିକ୍ ଟିମ୍ ମଧ୍ୟ ସାହାଯ୍ୟ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.