ଅସ୍ତରଙ୍ଗ କୁହୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଦିବସ ପାଳିତ, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

କାକଟପୁର (କେନ୍ୟୁଜ୍‌) : ଲବଣ ସତ୍ୟାଗ୍ରହ । ଇଏ ଥିଲା ଇଂରେଜ ସରକାରଙ୍କ ବିରୋଧରେ ଭିନ୍ନ ଏକ ଆନ୍ଦୋଳନ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ | ସାବରମତି ଆଶ୍ରମରୁ ଏହି ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇ ପହଞ୍ଚିଥିଲା ଓଡିଶାରେ । ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ଦାସ ଏବଂ ଜଗନ୍ନାଥ ରଥଙ୍କ ନେତୃତ୍ୱରେ ଅସ୍ତରଙ୍ଗର କୁହୁଡି ଠାରେ ଆରମ୍ଭ ହୋଇଥିଲା ଲୁଣ ମାରିବା ଆନ୍ଦୋଳନ । ଇଂରେଜ ପୋଲିସକୁ ଚକମା ଦେଇ ପ୍ରଥମେ ଖଣ୍ଡସାହି ନିକଟ ଓଳଙ୍ଗର ଠାରେ ପ୍ରସ୍ତୁତି ବୈଠକ କରାଯାଇ ଥିଲା । ନୀଳକଣ୍ଠ ଦାସ ଏବଂ ଜଗନ୍ନାଥ ରଥଙ୍କ ନେତୃବରେ ୧୯୩୦ ମସିହା ମେ ମାସ ୨୧ ତାରିଖ ଦିନ କୁହୁଡି ଗ୍ରାମ ଠାରେ ଶତାଧିକ ସଂଗ୍ରାମୀ ଆସି ଲୁଣ ମାରିଥିଲେ ।

LABAN-2

ତେବେ ଖବର ପାଇ ବ୍ରିଟିଶ ପୋଲିସ ତୁରନ୍ତ କୁହୁଡିଠାରେ ପହଞ୍ଚି ଲୁଣମରାକୁ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ହେଲେ ସତ୍ୟାଗ୍ରହୀମାନେ ବ୍ରିଟିଶ ପୋଲିସ୍‌ର ନାଲିଆଖିକୁ ଖାତିର ନକରି ଲୁଣ ମାରି ଚାଲିଲେ । ଏହାପରେ ଆରମ୍ଭ ହେଲା ପୁଲିସ୍‌ର ଅତ୍ୟାଚାର । ବ୍ରିଟିଶ ପୋଲିସ ଲାଠିଚାର୍ଜ କଲେ । ଏଥିରେ ଅନେକ ସତ୍ୟାଗ୍ରହୀ ଲହୁଲୁହାଣ ହୋଇ ପୋଲିସ ଦ୍ୱାରା ଗିରଫ ହୋଇଥିଲେ | ଶେଷରେ ପୋଲିସ ମାଡରେ ଆହତ ହୋଇ ଦୁଇଜଣ ସତ୍ୟାଗ୍ରହୀଙ୍କର ମୃତ୍ୟୁ ହୋଇଥିଲା | ହେଲେ ଭାରତର ସ୍ୱାଧୀନତା ସଂଗ୍ରାମରେ ଲେଖା ହୋଇ ରହିଗଲା ସେହି ସହିଦଙ୍କ ନାମ । ଘଟଣା ଘଟିଥିଲା ୧୯୩୦ ମସିହା ମେ ୨୧ରେ ।

LABAN-3

ସେହି ଦିନକୁ ମନେପକାଇବା ପାଇଁ ଆଜି ଐତିହାସିକ ଗ୍ରାମ କୁହୁଡି ଠାରେ ପାଳିତ ହୋଇଛି ୯୨ ତମ ଲବଣ ସତ୍ୟାଗ୍ରହୀ ସ୍ମାରକୀ ସମାରୋହ ୨୦୨୨ । ଏହି ସମାରୋହରେ ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ ଭର୍ଚୁଆଲରେ ସ୍ମୃତି ଚାରଣ କରିଥିଲେ । କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜଳସଂପଦ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର, ବିଶିଷ୍ଟ ସ୍ତମ୍ଭକାର ଦାସ ବେନହୁର ଏବଂ ପ୍ରହଲାଦ ସିଂ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥି ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତିଚାରଣ କରିଥିଲେ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.