Below header

ସମ୍ବଲପୁର: ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ ନାୟକଙ୍କୁ ବନ୍ଧୁକ ମୁନରେ ଅପହରଣ ଘଟଣା, ୫ ଗିରଫ କଲା ପୋଲିସ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ ନାୟକଙ୍କୁ ବନ୍ଧୁକ ମୁନରେ ଅପହରଣ ଘଟଣାରେ ୫ ଗିରଫ । ଡ୍ରାଇଭର ଦେବାନନ୍ଦ ରଣବିଡ଼ା ଓ ଷ୍ଟୋର କିପର ଅଶ୍ୱିନୀ ମାଳାକାର ଘଟଣାର ମାଷ୍ଟର ମାଇଣ୍ଡ ବୋଲି ସମ୍ବଲପୁର ଏସପି କହିଛନ୍ତି । ନିକଟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଦିଲ୍ଲୀପ ନାୟକଙ୍କ ଢେଙ୍କାନାଳରୁ ସମ୍ବଲପୁରକୁ ବଦଳି ହୋଇଥିଲା । ଗତ ୨୮ ତାରିଖରେ ସେ କାର୍ଯ୍ୟରେ ଯୋଗଦେବାକୁ ସମ୍ବଲପୁର ଯାଇଥିବା ବେଳେ କ୍ଷେତରାଜପୁର ରେଳ ଷ୍ଟେସନରୁ ତାଙ୍କୁ ଅପହରଣ କରାଯାଇଥିଲା । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ କରିବା ସହ ସମ୍ବଲପୁର ଛାଡି ପଳାଇବାକୁ ବନ୍ଧୁକ ମୁନରେ ଧମକ ଦିଆଯାଇଥିଲା । ଏନେଇ ସେ ଭୁବନେଶ୍ୱର ଆସି ଥାନାରେ ଅଭିଯୋଗ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.