ଗର୍ଭବତୀ ମହିଳା ଆଦୌ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ, କମିପାରେ ଶିଶୁର ରୋଗ ପ୍ରତିଷେଧକ ଶକ୍ତି

ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ହେଉଛି ଗର୍ଭାବସ୍ଥା। ଏହି ସମୟରେ ସେମାନଙ୍କୁ ନିଜର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଗର୍ଭବତୀଙ୍କ ପ୍ରତ୍ୟେକ କାମର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ଖାସ୍‌ କରି ମହିଳାଙ୍କ ମାନସିକ ସ୍ଥିତି ଦ୍ୱାରା ଶିଶୁ ଅଧିକ ପ୍ରଭାବିତ ହୋଇଥାଏ। ପ୍ରେଗନାନ୍ସି ବେଳେ ଚିନ୍ତା ଓ ମାନସିକ ବିଷାଦର ସ୍ଥିତି ଗର୍ଭରେ ବଢ଼ୁଥିବା ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ଉପରେ କୁପ୍ରଭାବ ପକାଇଥାଏ। ଏଣୁ ଗର୍ଭାବସ୍ଥାରେ ସନ୍ତୁଳିତ ଜୀବନଶୈଳୀ ଅବଲମ୍ବନ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

pregnancy3

ନିକଟରେ କାନାଡ଼ାରେ ଅନୁଷ୍ଠିତ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଗର୍ଭାବସ୍ଥାରେ ମହିଳାଙ୍କ ମାନସିକ ସ୍ଥିତି ସହ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତିର ସମ୍ପର୍କ ରହିଛି। ଏଣୁ ଏହି ସମୟରେ ମହିଳାଙ୍କୁ ନିଜର ସ୍ୱତନ୍ତ୍ର ଧ୍ୟାନ ରଖିବା ଜରୁରୀ। ଖାସ୍‌ କରି ମହିଳା ଖୁସି ରହିବା ଆବଶ୍ୟକ। ମା’ ହୃଦୟ ଭିତରୁ ଖୁସି ରହିଲେ ହିଁ ଶିଶୁ ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଖାସ୍‌ କରି ଗର୍ଭାବସ୍ଥାର ପ୍ରଥମ ତିନି ମାସ ମହିଳା ଅଧିକ ଚିନ୍ତାଗ୍ରସ୍ତ ରହିଥା’ନ୍ତି। ଏଣୁ ଏହି ସମୟରେ ମହିଳା ଯେତେ ପାରୁଛନ୍ତି ସେତେ ପ୍ରଫୁଲ୍ଲିତ ରହିବାକୁ ଡାକ୍ତର ପରାମର୍ଶ ଦିଅନ୍ତି।

pregnancy2

ଶିଶୁଙ୍କ ଇମ୍ୟୁନିଟି ସିଷ୍ଟମ୍‌ ସୁସ୍ଥ ରହିବା ଦ୍ୱାରା ସେମାନଙ୍କୁ କୌଣସି ଭାଇରସ୍‌, ଜର୍ମ କିମ୍ବା ଅନ୍ୟ ଭୂତାଣୁ ସ୍ପର୍ଶ କରିପାରିନଥାଏ, ଫଳରେ ସେମାନେ ରୋଗମୁକ୍ତ ରହିଥାନ୍ତି। ଏଣୁ ପିଲାଙ୍କୁ ଭବିଷ୍ୟତରେ ରୋଗମୁକ୍ତ ରଖିବା ପାଇଁ ମା’ମାନେ ଗର୍ଭାବସ୍ଥାରେ ନିଜର ବିଶେଷ ଯତ୍ନ ନେବା ଉଚିତ। ଏହି ରିସର୍ଚ୍ଚରେ ଅଂଶଗ୍ରହଣ କରିଥିବା କିଛି ମହିଳା ଡିପ୍ରେସନ୍‌ର ଶିକାର ଥିବା ବେଳେ ଆଉ କିଛି ଖୁସି ରହୁଥିଲେ। ଡେଲିଭରି ପରେ ଜଣାପଡ଼ିଥିଲା ଯେ ଯେଉଁମାନେ ଚିନ୍ତାଗ୍ରସ୍ତ ଥିଲେ ସେମାନଙ୍କ ପିଲାର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବେଳେ ଖୁସି ରହୁଥିବା ମହିଳାଙ୍କ ଶିଶୁର ଇମ୍ୟୁନିଟି ସିଷ୍ଟମ୍‌ ଅଧିକ ଥିଲା।

pregnancy4

ଏଥିରୁ ଜଣାଗଲାରେ ମା’ଠାରେ ସାମାନ୍ୟ ଚିନ୍ତା ଓ ମାନସିକ ବିଷାଦ ଦେଖାଦେଲେ ଏହାର ସିଧାସଳଖ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ଏଣୁ ଗର୍ଭାବସ୍ଥାରେ ମହିଳାମାନେ ନିଜକୁ ଯେତେ ପାରୁଛନ୍ତି ସେତେ ଖୁସି ରଖିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.