Below header

ସମ୍ବଲପୁର ଟ୍ରିପଲ ମର୍ଡରର ଖିଅ ଖୋଜୁଛି ପୋଲିସ

ସମ୍ବଲପୁର ଟ୍ରିପଲ ମର୍ଡରର ଖିଅ ଖୋଜୁଛି ପୋଲିସ। ମୁଖ୍ୟ ଅଭିଯୁକ୍ତ କିଏ? ସଲମାନ୍‌ ନା ଗୁରୁଦୀପ? କାହିଁକି ରଚିଲା ନରସଂହାର? ହତ୍ୟା ପଛର କାରଣ କଣ? ଫେରାର ଥିବା ଭଡ଼ାଟିଆଙ୍କ ଉପରେ ସନ୍ଦେହ ବଢିବାରେ ଲାଗିଛି। ସଲମାନ୍‌ ଅହମ୍ମଦ ନାଁରେ ସେ ମୃତକଙ୍କ ଘରେ ରହୁଥିବାବେଳେ ଗତ କିଛି ମାସ ତଳେ ଗୁରୁଦୀପ ସିଂହ ନାଁରେ ଏକ ମାମଲାରେ ଗିରଫ ହୋଇଥିଲା।

ଯାହାକୁ ନେଇ ଏବେ ଅଡୁଆରେ ପଡିଛି ପୋଲିସ। ସଲମାନ୍‌ ନା ଗୁରୁଦୀପ? କେଉଁ ନାଁରେ ସନ୍ଦିଗ୍ଧକୁ ଖୋଜିବେ, ତାହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏପଟେ ୨ଟି ଟିମ୍‌ ସନ୍ଦିଗ୍ଧକୁ ଖୋଜିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଜଣାପଡିଛି। ଗତକାଲି ଧନୁପାଲି ଥାନା ସୁନାପାଲି ଅଞ୍ଚଳର ବନ୍ଦ ଘରୁ ସାଜିୟା ପରବିନ୍‌, ତାଙ୍କର ୮ବର୍ଷର ପୁଅ ଅବଦୁଲ୍‌ ରେହମାନ ଓ ୬ବର୍ଷର ଝିଅ ହୁମାୟାରା ତୟବାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ବନ୍ଦ କୋଠରୀ ଭିତରୁ ହତ୍ୟାରେ ବ୍ୟବହୃତ କପଡ଼ା, ମାରଣାସ୍ତ୍ର ସହ ରକ୍ତ ଜୁଡୁବୁଡୁ ପ୍ୟାଣ୍ଟ ଜବତ କରାଯାଇଥିଲା। କିଛି ଦିନ ତଳେ ସାଜିଆଙ୍କ ସହ ସଲମାନ ଅହମ୍ମଦର ପାଟିତୁଣ୍ଡ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡିଛି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.