Below header

ଚଳଚଞ୍ଚଳ ଜମ୍ବିଲା ଓ ବାଗେଶ୍ୱରପୁର ଗାଁ : ପ୍ରଭୁଙ୍କ ସପ୍ତମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି

ସରିଲା ଦେବ ଦେବ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା । ଏବେ ପ୍ରଭୁଙ୍କ ସପ୍ତମୀ ପୂଜା ଉପଲକ୍ଷେ ପୁରୀ ଜମ୍ବିଲା ଓ ବାଗେଶ୍ୱରପୁର ଗାଁରେ ଚାଲିଛି କାଠଚକ୍ର ବାଣର ପ୍ରସ୍ତୁତି । ଆଜି ପ୍ରଭୁ ରାମେଶ୍ୱର ଦେବଙ୍କ ମନ୍ଦିର ସମ୍ମୁଖରେ ଦୁଇ ଗାଁ ମଧ୍ୟରେ ପ୍ରଦର୍ଶିତ ହେବ ।

ଦେବ ଦେବ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ସରିଛି । ହେଲେ ପ୍ରଭୁଙ୍କ ସପ୍ତମୀ ପୂଜା ପାଇଁ ଏବେ ଚଳଚଞ୍ଚଳ ପୁରୀ ଜିଲ୍ଲା ଜମ୍ବିଲା ଓ ବାଗେଶ୍ୱରପୁର ଗାଁ । ଏଠାରେ ଚାଲିଛି କାଠଚକ୍ର ବାଣ ପ୍ରସ୍ତୁତି । ପ୍ରଭୁଙ୍କ ବିବାହକୁ ଆଉ ଟିକିଏ ରୋମାଞ୍ଚ କରିବା ପାଇଁ ଏହି ଗାଁରେ ହୁଏ କାଠଚକ୍ର ବାଣ ଯାତ୍ରା । ତେଣୁ ଜମ୍ବିଲା ଓ ବାଗେଶ୍ୱରପୁର ଗାଁରେ ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।

sitalasasthi

ପ୍ରାୟ ୧୫ଦିନ ପୂର୍ବରୁ କାଠ ବାଣ ପ୍ରସ୍ତୁତି ପାଇଁ ଲାଗି ପଡିଥାନ୍ତି ବାଣୁଆମାନେ । ନିଖୁଣ ଟିଣିଆ ଏବଂ ନିମ ଗଛକୁ ଆଣି ବିଶ୍ୱକର୍ମାଙ୍କ ଦ୍ୱାରା କାଠର ଦୁଇ ପାର୍ଶ୍ୱକୁ ଗୋଲାକାର ଭାବେ ଖୋଳା ଯାଇଥାଏ । ଖାର ଗନ୍ଧକ ଓ କୋଇଲାକୁ ମିଶାଇ ଉପଯୁକ୍ତ ଭାଗମାପରେ ବାରୁଦ ପ୍ରସ୍ତୁତ କରାଯାଇଥାଏ । ଏହାପରେ ଲୋକଙ୍କ ଦ୍ୱାରା ଠେକେରା ସାହାଯ୍ୟରେ ମାଡ଼ ଦିଆ ଯାଇଥାଏ । କାଠବାଣ ସମ୍ପୂର୍ଣ୍ଣ ଭାବେ ତିଆରି କରାଯିବା ପରେ ସପ୍ତମୀରେ ଠାକୁର ରାମେଶ୍ୱର ଦେବଙ୍କ ମନ୍ଦିର ସମ୍ମୁଖରେ ଦୁଇ ଗ୍ରାମ ମଧ୍ୟରେ ପ୍ରଦର୍ଶିତ କରାଯିବ । ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ବାଣ ପ୍ରଦର୍ଶନୀ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.