“ଗୋ ହତ୍ୟା ଓ ଗୋ ଚାଲଣକୁ ବନ୍ଦ କରିବା ପାଇଁ ହେବ ଆଇନ” କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଦେଶର ସାମଗ୍ରିକ ବିକାଶ ପ୍ରକ୍ରିୟାରେ ବାଧକ ସାଜିଥିବା ସଂସ୍ଥା ଗୁଡ଼ିକର କାର‌୍ୟ୍ୟର ସମୀକ୍ଷା କରି ପ୍ରଗତିର ରଥକୁ ଆଗକୁ ବଢାଇବା ଲାଗି ପିଏମ୍ ମୋଦି ନିଷ୍ପତ୍ତି ନେଇଛନ୍ତି । ଗୋ ସମ୍ପଦର ସୁରକ୍ଷା ପାଇଁ ସଚେତନତା ସହ ଗୋ ହତ୍ୟା ଓ ଗୋ ଚାଲଣକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଆଇନ୍ ହେବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ମନ୍ତ୍ରୀ ହେବା ପରେ ବାଲେଶ୍ୱରକୁ ପ୍ରଥମ ଗସ୍ତ ଅବସରରେ ଦଳ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଷଡ଼ଙ୍ଗୀ କହିଥିଲେ, ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ମାଛ ଚାଷ, କୁଟୀର ଶିଳ୍ପର ବିକାଶ, ଖଦୀ ଓ ଗ୍ରାମ ଉଦ୍ୟୋଗର ଉନ୍ନତି ଆଦି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିବା କହିଛନ୍ତି ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.