ଦୁଇ ଦିନିଆ ବିଦେଶ ଗସ୍ତ ପରେ ତିରୁପତିରେ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦୁଇ ଦିନିଆ ବିଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ତିରୁପତି ତିରୁମଲ୍ଲା ଆସି ମହାପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିଛନ୍ତି। ମୋଦିଙ୍କ ତିରୁପତି ଦର୍ଶନ ପାଇଁ ବ୍ୟାପକ ଆୟୋଜନ ହୋଇଥିଲା । ମୋଦିଙ୍କ ସହ ମନ୍ଦିରରେ ଆନ୍ଧ୍ର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଉପସ୍ଥିତ ଥିଲେ ।

modi in tirupati

ଶ୍ରୀଲଙ୍କା ରାଜଧାନୀ କଲମ୍ବୋରୁ ବିମାନ ଯୋଗେ ଆସି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ରେଣୀଗୁଣ୍ଟା ବିଦାମନ ବନ୍ଦରରେ ପହଂଚିଥିଲେ। ସେଠାରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଇ.ଏସ୍.ଏଲ. ନରସିମା, ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ରେଣୀଗୁଣ୍ଟାର ଇଲକ୍ଟ୍ରୋନିକ ପାର୍କରେ ଆୟୋଜିତ ଏକ ସାଧାରଣ ସଭାରେ ବିଜେପି କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ।

ଦେଶରେ ବିଜେପିର ବିପୁଳ ବିଜୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କର୍ମୀଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦୀ ତିରୁମଲ୍ଲା ପାହଡକୁ ଯାଇ ମହାପ୍ରଭୁ ଭେଙ୍କେଟଶ୍ୱରଙ୍କୁ ଦର୍ଶନ କରିଥିଲେ ।