ସରପଞ୍ଚ ହେବ ତ ଏମିତି: କରୋନା ମୁକାବିଲାରେ ସାଜିଛନ୍ତି ଯୋଦ୍ଧା, ଦୁଇମାସ ହେବ ଫେରିନାହାନ୍ତି ଘରକୁ

ଯାଜପୁର: କରୋନା ମହାମାରୀ ପାଇଁ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଦିନ କାଟୁଛନ୍ତି ପ୍ରବାସୀ ଓଡିଆ । ସେମାନଙ୍କ ଦାୟିତ୍ୱ ମୁଖ୍ୟତଃ ପଂଚାୟତର ସରପଞ୍ଚ ମାନଙ୍କ ଉପରେ । ଏଭଳି ସମୟରେ ବିଭିନ୍ନ କ୍ୱାରେନଟାଇନ ସେଂଟରରୁ ବିଭିନ୍ନ ଚିତ୍ର ଆସୁଛି । କିଏ ପ୍ରବାସୀଙ୍କୁ ବିଦାୟ ଦେବା ସମୟରେ ଭାବବିହ୍ୱଳ ହେଉଛି ତ ଆଉ କିଏ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ସେବା ଜାରି ରଖିଛନ୍ତି । ଏ ହେଉଛନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆ ନିକଟ ସୋଲର ପଂଚାୟତର ସରପଞ୍ଚ ନିଳମଣୀ ରାଉତଙ୍କ କଥା । କରୋନା ଲଢେଇର ପ୍ରମୁଖ ଯୋଦ୍ଧା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି ।

sarapachନିଜ ପଂଚାୟତକୁ ଫେରିଥିବା ପ୍ରବାସୀ ଓଡିଆଙ୍କ ସେବା କରିବାକୁ ନିଜକୁ ସମର୍ପି ଦେଇଛନ୍ତି । କରୋନା ପାଇଁ ଲକଡାଉନ ଜାରି ହେବା ଦିନ ଠାରୁ ସେ ଘରକୁ ଫେରିନାହାଁନ୍ତି । କାରଣ ପ୍ରତ୍ୟେକ ପ୍ରବାସୀ ଓଡିଆକୁ ସେ ନିଜର ଭାବି ତାଙ୍କର ଭଲମନ୍ଦ ବୁଝୁଛନ୍ତି । ପଂଚାୟତ କାର୍ଯ୍ୟାଳୟରେ ରହି କରୋନାକୁ ପ୍ରତିହତ କରିବା ପାଇଁ ନିୟୋଜିତ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ନିଜକୁ ସାମିଲ କରିଛନ୍ତି ।

ଲୋକମାନଙ୍କ ପାଇଁ ନିରନ୍ତର ଭାବେ ସେବାକୁ ବ୍ରତ ଭାବେ ଧରି ନେଇଛନ୍ତି ଏହି ଯୁବ ସରପଞ୍ଚ ନିଳମଣୀ । ଯେଉଁଥିପାଇଁ ଦୁଇମାସ ହେବ ଘରକୁ ଯାଉନାହାନ୍ତି । ଘରେ ତାଙ୍କର ପତ୍ନୀ, ବୁଢି ମା ଓ ଛୋଟ ଛୋଟ ପିଲାଥିଲେ ମଧ୍ୟ ବାହାରେ ରହି ସେମାନଙ୍କ କଥା ବୁଝୁଛନ୍ତି । ଏନେଇ ପରିବାରଲୋକଙ୍କ ମନରେ ଦୁଃଖ ଥିଲେ ମଧ୍ୟ ତାଙ୍କର ଏପରି ସେବା ମନୋଭାବକୁ ନେଇ ସେମାନେ ଗର୍ବ ଅନୁଭବ କରୁଛନ୍ତି ।

nilamaniନିଳମଣୀ ପଂଚାୟତରେ ବୁଲି ବୁଲି କେତେବେଳେ କାହା ପିଣ୍ଡାରେ ଖାଉଛନ୍ତି ତ ଆଉ କେତେବେଳେ ନିଜେ ପିପିଟି ପରିଧାନ କରି କ୍ୱାରେନଟାଇନ ସେଂଟରରେ ପରିସ୍କାର ପରିଚ୍ଛନ୍ନତା ସହ ପ୍ରବାସୀଙ୍କ ଖାଦ୍ୟପେୟର ଟିକନିକ ତଦାରଖ କରୁଛନ୍ତି । କେବଳ ସେତିକି ନୁହେଁ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟର ସଦୁପଯୋଗ କରିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି । ନିଳମଣୀଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହ ବାସ୍ତବରେ ସେ ହେଉଛନ୍ତି କରୋନା ଯୋଦ୍ଧା ।

ଯାଜପୁରରୁ ଅବିନେଶ୍ୱର ଶତପଥୀଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.