Below header

ମୋ ସ୍ବାମୀଙ୍କୁ ଜିତାଇ ଆଣ, ମହିଳାଙ୍କୁ ଅଳତା ଲଗାଇ ଭୋଟ ଭିକ୍ଷା କଲେ ସରପଞ୍ଚ ପ୍ରାର୍ଥୀଙ୍କ ସ୍ତ୍ରୀ

ମାହାଙ୍ଗା(କେନ୍ୟୁଜ୍): ଆଉ ଦିନ କେଇଟା ପରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ମାନେ ନିଜର  ପୁସିଂ କାର୍ଡକୁ  ଘରେ ଘରେ ବାଣ୍ଟି ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଗାଁ ଗହଳି ଠାରୁ ଆରମ୍ଭ କରି ଛକ ବଜାରରେ ଜମୁଛି ପ୍ରାର୍ଥୀ ଓ ଭୋଟର ମାନଙ୍କ ଭିଡ଼ । ଚା ଦୋକାନ ଓ ପାନ ଦୋକାନରେ ଚାଲିଛି ପ୍ରାର୍ଥୀ ଓ ଭୋଟର ମାନଙ୍କ ଆଲୋଚନା ଓ ପର୍ଯ୍ୟାଲୋଚନା । କିଏ ଜିତିବ କିଏ ହାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି । କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ଭୋଟର ତାହା ନିର୍ବାଚନ ପରେ ଜଣାପଡ଼ିବ । ତେବେ ଏହାରି ଭିତରେ ନୂଆ ପ୍ରୟାସରେ ଚାଲିଛି ମହିଳାଙ୍କ ପ୍ରଚାର ।

ସ୍ବାମୀ ମାନଙ୍କ ବିଜୟ ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ପତ୍ନୀ ମାନେ । ଘର ଘର ବୁଲି ପ୍ରଚାର କରିବା ସହ ମହିଳା ମାନଙ୍କୁ ଅଳତା ଲଗାଇ ଭୋଟ ଭିକ୍ଷା କରିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପତ୍ନୀ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ସ୍ଵାଧୀନ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଥିବା ଚିନ୍ମୟ ସାମନ୍ତରାୟ  ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଦେବ ପ୍ରସାଦ ମହାନ୍ତିଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପ୍ରାର୍ଥୀ ମାନେ । ତେବେ ଏକ ସ୍ୱଚ୍ଛ ଓ ବିକଶିତ ପଞ୍ଚାୟତ ଗଢି ତୋଳିବା ପାଇଁ ନିଷ୍ପତି ନେଇଛନ୍ତି ଏହି ଦୁଇ ପ୍ରାର୍ଥୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.