ମାନବିକତା ଦେଖାଇଲେ ସରପଞ୍ଚଙ୍କ ସ୍ୱାମୀ ଓ ଗ୍ରାମବାସୀ, ମୃତଦେହକୁ କାନ୍ଧ ଦେବା ସହିତ କଲେ ଅନ୍ତିମ ସଂସ୍କାର

ବ୍ରହ୍ମପୁର(କେନ୍ୟୁଜ୍‌): ମୃତ୍ୟୁ ପରେ କାନ୍ଧ ଦେବା ପାଇଁ କେହି ନିଜର ନଥିଲେ । ମାନବିକତା ଦେଖାଇଲେ ସରପଞ୍ଚଙ୍କ ସ୍ୱାମୀ ଓ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମୃତକ ନରସିଂହ ନାୟକ ୧୫ ବର୍ଷ ହେଲା କଙ୍କୋରଡ଼ା ଗାଁରେ ରହୁଥିଲେ। ନରସିଂହଙ୍କ ୨ଜଣ ଝିଅ ଅଛନ୍ତି। ଜଣଙ୍କ ବିବାହ ହୋଇଯାଇଥିବାବେଳେ ଅନ୍ୟ ଜଣେ ଅବିବାହିତ ଅଛନ୍ତି।

ଗତକାଲି ନରସିଂହଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କୁ କାନ୍ଧ ଦେବା ପାଇଁ କେହି ନଥିଲେ। ମୃତଦେହ ସଂସ୍କାର କରିବା ପାଇଁ ସରପଞ୍ଚଙ୍କ ସ୍ୱାମୀ ଓ କିଛି ଗ୍ରାମବାସୀ ଆସି ମୃତଦେହକୁ କାନ୍ଧ ଦେଇଥିଲେ। ଏପରି କାର୍ଯ୍ୟକୁ କଙ୍କୋରଡ଼ା ଅଞ୍ଚଳରେ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.