ଆଜି ଦାୟିତ୍ୱ ଗ୍ରହଣ କଲେ ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଟ୍ଵିନ ସିଟିର ନୂଆ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜିଠୁ ଟ୍ଵିନସିଟିର କାର୍ଯ୍ୟଭାର ସମ୍ଭାଳିବେ ନୂଆ କମିଶନର । ୧୯୯୫ ବ୍ୟାଚ୍‌ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ । କମିଶନର ହେବା ପୂର୍ବରୁ ସେ କ୍ରାଇମବ୍ରାଞ୍ଚର ଏଡିଜି ଭାବେ କାର୍ଯ୍ୟରତ ଥିଲେ ।

ଟ୍ଵିନ ସିଟିର ନୂଆ ପୋଲିସ କମିଶନର ହେବା ପରେ ନିଜକୁ ଗୌରବାନ୍ଵିତ ମନେ କରୁଥିବା କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ନୂଆ ଦାୟିତ୍ୱକୁ ସୁରୁଖୁରୁରେ ସମ୍ପାଦନ କରିବା ଦିଗରେ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ ଏସପି, କଟକ ଡିସିପି, ପୁରୀ ଏସପି ଭାବରେ ଦାୟିତ୍ୱ ତୁଲାଇଛନ୍ତି । ସେହିପରି କେନ୍ଦ୍ରାଞ୍ଚଳ ଆଇଜି ଭାବେ ମଧ୍ୟ ସୌମେନ୍ଦ୍ର ଦାୟିତ୍ୱ ସମ୍ପାଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.