ଟିବିପିଏମ୍‌ କାର୍ଯ୍ୟାଳୟରୁ ଜାତୀୟ କରଣ ପାଠ୍ୟପୁସ୍ତକ ଯୋଗାଣର ଶୁଭାରମ୍ଭ କଲେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର(କେନ୍ୟୁଜ୍):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଟିବିପିଏମ୍‌ କାର୍ଯ୍ୟାଳୟରୁ ଜାତୀୟ କରଣ ପାଠ୍ୟପୁସ୍ତକ ଯୋଗାଣର ଶୁଭାରମ୍ଭ । ଏହାର ଶୁଭାରମ୍ଭ କରିଥିଲେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ଏଥିସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସାଢେ ପାଞ୍ଚ କୋଟିରୁ ଅଧିକ ପାଠ୍ୟପୁସ୍ତକ ପାଞ୍ଚଟି ଜିଲ୍ଲାକୁ ପଠାଗଲା । ଏହି ପାଞ୍ଚଟି ଜିଲ୍ଲା ହେଲା ପୁରୀ,ଗଞ୍ଜାମ,ଯାଜପୁର,କେନ୍ଦ୍ରପଡା ଓ କେନ୍ଦୁଝର । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏହି ପୁସ୍ତକ ସବୁ ପଠାଯାଇଛି । ଆସନ୍ତା ମାର୍ଚ୍ଚ ପୂର୍ବରୁ ସମସ୍ତ ସ୍କୁଲରେ ଏହା ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.