5T ଅଧୀନରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ, ୩ବର୍ଷରେ ଶେଷ କରିବାକୁ ଲକ୍ଷ

ଭୁବନେଶ୍ୱର(କେ ନ୍ୟୁଜ):  ଛାତ୍ରଛାତ୍ରୀମାନେ କିଭଳି ସୁରୁଖୁରୁରେ କ୍ଲାସ କରିପାରିବେ ସେଥିପାଇଁ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T କାର୍ଯ୍ୟକ୍ରମ ଅଧୀନରେ ଚାଲିଛି କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ୧୧ଶହ ଓ ପରବର୍ତ୍ତୀ ପର୍ଯ୍ୟାୟରେ ୨୫ଶହ ସ୍କୁଲର ରୂପାନ୍ତରଣ କରାଯାଇଛି। ଆଗାମୀ ୩ବର୍ଷ ମଧ୍ୟରେ ସମସ୍ତ ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ସ୍ମାର୍ଟକ୍ଲାସରେ ପାଠ ପଢିପାରିବେ। ଶିକ୍ଷକ ଅଭାବ ଦୂର କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି ।

ଡିସେମ୍ବର ପୂର୍ବରୁ ପ୍ରାୟ ୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସମ୍ବଲପୁର ସହର ଲେଡି ଲୁଇସ ସ୍କୁଲକୁ ଅଚାନକ ଗସ୍ତ କରି ଏହା କହିଛନ୍ତି ମନ୍ତ୍ରୀ। ବିଭିନ୍ନ କ୍ଲାସରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସ୍ମାର୍ଟ କ୍ଲାସ ରୁମ ସଂପର୍କରେ ପଚାରି ବୁଝିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.